Latest Odisha News

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ ଅଡୁଆରେ ପକାଇଛି ।

ଖବର କାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ଦୁର୍ଗାପୂଜା ଉପଲକ୍ଷେ ଶୁଭେଛା ଜଣାଇଥିଲେ ବନ୍ତ ଥାନାଧିକାରୀ ମୀନା ବିନ୍ଧାଣୀ । ତେବେ ଏହି ବିଜ୍ଞାପନରେ ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଫଟୋ ଥିବାରୁ ଚର୍ଚ୍ଚାକୁ ଆସିଥିଲା । ଖାସ କରି ସୋସିଆଲ୍ ମିଡିଆରେ ଏହି ବିଜ୍ଞାପନଟି ଭାଇରାଲ୍ ହେବା ପରେ ବିବାଦ ଘନେଇବାରେ ଲାଗିଛି ।

ଏପରି ବିଜ୍ଞାପନକୁ ବିଜେପି ନିନ୍ଦା କରିଥିଲାବେଳେ ପୋଲିସ ଅଫିସର ମୀନା ବିନ୍ଧାଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ତେବେ ଏହି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ କିମ୍ବା ମୀନା ବିନ୍ଧାଣୀଙ୍କର କୌଣସି ପ୍ରତିକ୍ରିୟା ମିଳିନି ।

Leave A Reply

Your email address will not be published.