Latest Odisha News

NCB ହେପାଜତରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ୍

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ୍ । ତାଙ୍କୁ ଆସନ୍ତାକାଲି ଯାଏ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ରିମାଣ୍ଡ ସମୟରେ ଆର୍ୟନଙ୍କୁ ଦିଆଯାଇଛି ବିଜ୍ଞାନ ବହି । କଷ୍ଟୋଡିରେ ସେ ବିଜ୍ଞାନ ବହି ପଢୁଥବା ସୂଚନା ମିଳିଛି । ଆର୍ୟନ ବିଜ୍ଞାନ ବହି ମଗାଇଥିଲେ ।

ସେହିପରି ଅନ୍ୟ ଅଭିଯୁକ୍ତଙ୍କ ଭଳି ଆର୍ୟନଙ୍କୁ ରେଷ୍ଟୁରାଣ୍ଟର ଖାଇବା ମିଳୁଛି । ଏନସିବି ହେଡକ୍ୱାର୍ଟର୍ସ ପାଖରେ ଥିବା ନ୍ୟାସନାଲ୍ ହିନ୍ଦୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇ ସେମାନଙ୍କୁ ଖାଇବାକୁ ଦିଆଯାଉଛି । ଘରୁ ରନ୍ଧା ଖାଦ୍ୟ ଏନସିବି ଅଫିସ ଭିତରେ ପ୍ରବେଶ ମନା ।

କ୍ରୁଜ୍ ଡ୍ରଗ୍ସ କେସରେ ଆର୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କଠାରୁ ତଥ୍ୟ ବାହାର କରୁଛି ଏନସିବି । ଅଧିକ ଖୋଳତାଡ ଚାଲିଛି । ଦିଲ୍ଲୀରୁ ଏନସିବିର ଏକ ଟିମ୍ ମୁମ୍ୱାଇରେ ବି ପହଞ୍ଚିଛି । ଆର୍ୟନ ଓ ଅନ୍ୟମାନଙ୍କର ମୋବାଇଲ୍ ଫୋନକୁ ଜବତ କରି ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଏଯାଏ ଡ୍ରଗ୍ସ କେସରେ ୧୬ ଜଣଙ୍କୁ ଗିରଫ କରିଛି ଏନସିବି ।

Leave A Reply

Your email address will not be published.