Latest Odisha News

BREAKING NEWS

କରୋନାଭାଇରସ: ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇରେ ଡବାବାଲା ସର୍ଭିସ ବନ୍ଦ

ମୁମ୍ବାଇ: କରୋନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି । ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହ ମଧ୍ୟ ବନ୍ଦ କରାଯାଇଛି । ଦେଶରେ କରୋନାଭାଇରସ ଦ୍ୱାରା ୧୬୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

ମହାରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ମହାରାଷ୍ଟ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।

ସାରା ବିଶ୍ୱରେ କରୋନାଭାଇରସକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତରେ ଏଯାଏଁ ୧୬୬ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇସାରିଛି ।

Leave A Reply

Your email address will not be published.