Latest Odisha News

BREAKING NEWS

କରୋନା ସତର୍କତା: ସରକାରୀ କର୍ମଚାରୀଙ୍କୁ ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା କରୋନା କଟକଣା । ଥଣ୍ଡା, କାଶ, ଜ୍ୱର ହେଉଥିଲେ ମିଳିବ ୧୪ ଦିନର ଛୁୂଟି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି ।
କୌଣସି ସରକାରୀ କର୍ମଚାରୀଙ୍କୁ ଯଦି ଥଣ୍ଡା, କିମ୍ବା କାଶ, ଜ୍ୱର ହୁଏ ସେମାନେ ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଡ ସୋପ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ କହିଛନ୍ତି ।

Leave A Reply

Your email address will not be published.