ନୂଆଦିଲ୍ଲୀ: ଏହି ଅନିଶ୍ଚିତ ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରିବାକୁ କହିଥିବା ମୁମ୍ବାଇର ଜଣେ ଡାକ୍ତରଙ୍କ ଭାବପ୍ରବଣ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ମୁମ୍ବାଇର ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ତ୍ରୁପ୍ତି ଗିଲାଡା ନାମକ ଏହି ଡାକ୍ତର କରୋନାର ଦ୍ବିତୀୟ ତରଙ୍ଗ ଏବଂ ଦେଶରେ ଚିକିତ୍ସା ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ପରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବଢୁଛି। ଏହି ବିଷୟରେ କହି ଡାକ୍ତର ଜଣକ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରରେ କ୍ରମାଗତ ଭାବେ ସର୍ବାଧିକ ମାମଲା ରୁଜୁ ହେଉଥିବା ବେଳେ ମହିଳା ଜଣକ ଅଶ୍ରୁଳ ଆବେଦନ କରି ନାଗରିକମାନଙ୍କୁ ମାସ୍କ ପିନ୍ଧିବାକୁ ଏବଂ ଭୟଭୀତ ନହେବାକୁ ଅନୁରୋଧ କରିଥିଲେ।
ଏହି କ୍ଲିପ୍ରେ ଡାକ୍ତର ଜଣକ କହିଛନ୍ତି ଯେ, “ମୁଁ ଏହିପରି କୌଣସି ଜିନିଷ କେବେ ଦେଖି ନାହିଁ। ଅନେକ ଡାକ୍ତରଙ୍କ ପରି ମୁଁ ମଧ୍ୟ ଅସହାୟ ହୋଇପଡିଛି। ମୁଁ କ’ଣ କରିବି ଜାଣେ ନାହିଁ। ମୋର ଭାଙ୍ଗିପଡିଛି।
View this post on Instagram


Comments are closed.