Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର କେସରେ ୟୁପି ପୋଲିସକୁ କ୍ଲିନ ଚିଟ୍‌

କାନପୁର: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଂଉଟର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଉତରପ୍ରଦେଶ ପୋଲିସକୁ କ୍ଲିନ ଚିଟ ଦେଇଛନ୍ତି । ୟୁପି ପୋଲିସ ବିପକ୍ଷରେ କୌଣସି ପ୍ରମାଣ ମିଳି ନ ଥିଲା । ଅବସରପ୍ରାପ୍ତ ବିଚାରପତି ବିଏସ ଚୌହ୍ୱାନଙ୍କ ଦ୍ୱାରା ଗଠିତ ୩ଜଣିଆ କମିଟିଙ୍କ ଦ୍ୱାରା ଏହି ଶୁଣାଣୀ କରାଯାଇଥିଲା । ଗତ ବର୍ଷ ଜୁଲାଇ ୨ରେ ବିକାଶ ଦୁବେ ଏବଂ ତାର ସାଥୀମାନେ ସିଓ ସମେତ ୮ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ପୋଲିସ ବିକାଶକୁ ଗିରଫ କରିବାରେ ସଫଳ ହୋଇଥିଲା ।

୧୦ ଜୁଲାଇରେ ବିକାଶକୁ ନେଇ ଆସୁଥିବା ପୋଲିସ ଗାଡି ଓଲଟିଯିବା ଫଳରେ ବିକାଶ ଫେରାର ହେବାକୁ ଉଦ୍ୟମ କରୁଥିଲା । ଫଳରେ ପୋଲିସ ତାଙ୍କୁ ଏନକାଂଉଟର କରିଥିଲା । ୮ ଦିନ ମଧ୍ୟରେ ୬ ଏନକାଂଉଟର ହୋଇଥିବାରୁ ପୋଲିସର ପଦକ୍ଷେପ ନେଇ ବିରୋଧୀ ଦଳ ସନ୍ଦେହ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.