Latest Odisha News

BREAKING NEWS

ସମ୍ପୂର୍ଣ୍ଣ ଟିକାକରଣ ସତ୍ତ୍ବେ ୩ ଥର ହେଲେଣି କରୋନା ସଂକ୍ରମିତ…

ନୂଆଦିଲ୍ଲୀ: ଗୋଟିଏ ବର୍ଷରେ ତିନି ଥର କରୋନା ସଂକ୍ରମିତ ହେଲଣି। ସମ୍ପୂର୍ଣ୍ଣ ଟିକାକରଣ ସତ୍ବେ ତିନି ଥର କରୋନାରେ ଆକ୍ରାନ୍ତ ହେଲେଣି ଡାକ୍ତର। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଡାକ୍ତର କହିଛନ୍ତି ଯେ ସେ ଏକ ବର୍ଷରେ ଏକାଧିକ କରୋନାର ଶିକାର ହୋଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବକ, ମୁମ୍ବାଇର ୨୬ ବର୍ଷିୟା ଡାକ୍ତର ସୃଷ୍ଟି ହାଲାରୀ ମୁମ୍ବାଇର ମୁଲୁଣ୍ଡ କୋଭିଡ୍‌ ସ୍ବ୍ୟାସ୍ଥ କେନ୍ଦ୍ରରେ କାର୍ଯ୍ୟ କରନ୍ତି ଏବଂ ଗତ ୧୩ ମାସ ଭିତରେ ସେ ତିନିଥର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେ ଜୁନ୍ ୨୦୨୦ରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ଏହାପରେ ଟିକାକରଣ କରିବା ପରେ ମେ ୨୯ ଏବଂ ଜୁଲାଇ ୧୧ ରେ ପୁଣି ଥରେ କରୋନା ଆକ୍ରାନ୍ତ ହୋଇଥିଲେ। ଡା. ସୃଷ୍ଟି ଏହା ମଧ୍ୟ କହିଛନ୍ତି ଯେ ଏପ୍ରିଲ ଶେଷ ସୁଦ୍ଧା ତାଙ୍କ ସମସ୍ତ ପରିବାର ଉଭୟ ଡୋଜ ଗ୍ରହଣ କରିଛନ୍ତି ଏବଂ ଏହାପରେ ଜୁଲାଇରେ ସେମାନେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.