Latest Odisha News

BREAKING NEWS

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା । ୫-୫ ସମାନ ସ୍ଥିତିରେ ରହିବା ପରେ ଶୁଟ ଅଫରେ ରାୟ ୯ ଏବଂ ଶୈନୀ ୧୦ ପଂଏଟ ସ୍କୋର କରିଥିଲେ ।

ମହିଳା ହକିରେ ଭାରତ ହ୍ୟାଟ୍ରିକ ପରାଜୟବରଣ କରିଛି । ବ୍ରିଟେନ ୪-୧ରେ ଭାରତକୁ ସହଜରେ ପରାସ୍ତ କରିଛି । ଭାରତ ତାର ପରବର୍ତୀ ୨ଟି ମୁକାବିଲା ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲେ କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ରହିବ । ରୋଇଂରେ ପୁରୁଷ ଡବଲ୍ସ ସ୍କଲ୍ସରେ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ ସେମିଫାଇନାଲରେ ୬ଷ୍ଠ ତଥା ଅନ୍ତିମ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.