Latest Odisha News

BREAKING NEWS

ମୁମ୍ବାଇ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ; ୩ ମୃତ, ୨ ଗୁରୁତର

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳସ୍ଥିତ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି।

କୁହାଯାଉଛି ଯେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ହୋଟେଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହୋଟେଲ କର୍ମଚାରୀମାନେ ନିଆଁ ଲାଗିବା ଖବର ପାଇଁ ତୁରନ୍ତ ହୋଟେଲର ସମସ୍ତ ରୁମର ଝରକା, କବାଟ ଖୋଲି ଦେଇଥିଲେ। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା।

ଅଗ୍ନିକାଣ୍ଡରେ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଉନ୍ନତ ଚିକିତ୍ସା ପାଇଁ ଭି.ଏନ୍ ଦିଶାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୋଟେଲରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିବାର କାରଣ କୁହାଯାଉଛି। ବାକି ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ହୋଟେଲରେ ଥିବା ଅନେକ ଜନିଷପତ୍ର ଜଳି ଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.