Latest Odisha News

BREAKING NEWS

ବର୍ଷାରେ ମୟାନଗରୀର ହାଲ ବେହାଲ

ମୁମ୍ବାଇ: ମୟାନଗରୀରେ ପ୍ରବଳ ବର୍ଷା । ବାଦଲା ଫଟା ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ । ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ରାସ୍ତା ଘାଟ, ଟ୍ରେନ୍ ଟ୍ରାକ୍ ଚାରିଆଡେ ପାଣି ଭର୍ତ୍ତି ହୋଇଛି । ବର୍ଷା ଯୋଗୁଁ ମୁମ୍ବାଇର ହାଲ ପୁରା ବେହାଲ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ୧୦ରୁ ୧୨ ଫୁଟ ଉଚ୍ଚର ପାଣି ଜମି ରହିଛି । ଫଳରେ ଗାଡି ଚଳାଚଳଠାରୁ ଆରମ୍ଭ କରି ବିମାନ ସେବା ସବୁକିଛି ପ୍ରଭାବିତ ହୋଇଛି । ବାର୍ଷାରେ ଅଧିକ ପ୍ରଭାବିତ ହୋଇଛନ୍ତି ତଳିଆ ଅଂଚଳ ଲୋକେ ।ବିଭିନ୍ନ ସ୍ଥାନରେ ପାଣି ଭର୍ତ୍ତି ହୋଇ ରହିଥିବା ଯୋଗୁଁ ଲୋକା ଏକପ୍ରକାରର ଜଳବନ୍ଦୀ ହୋଇ ରହିଛନ୍ତି । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ ଅନୁସାରେ ସମୁଦ୍ରରେ ଅପରାହ୍ନ ୧.୫୧ ସମୟରେ ହାଇଟାଇଡ ଆସିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ରରେ ୪.୩୩ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ଏହାଛଡ଼ା, ରତ୍ନଗିରି, ସିନ୍ଧୁଦୁର୍ଗ, ପୁଣେ, କୋହ୍ଲାପୁର ସତରା ଭଳି ମହାରାଷ୍ଟ୍ରର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ବର୍ଷା ଯୋଗୁଁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ମହାରାଷ୍ଟ୍ରରେ ୧୬ ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି । ମୁମ୍ବାଇରେ ୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି । ଏହାଛଡା କୋଲ୍ହାପୁରରେ ୪, ସାଙ୍ଗଲିରେ ୨, ସତାରା, ଥାନେ, ପାଲଘର, ନାଗପୁର ଓ ରାୟଗଢ଼ରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.