ଦୁବାଇ: ରୋହିତ ବାହିନୀର ରୋମାଞ୍ଚକର ବିଜୟ । ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ପ୍ରଥମ ଫାଇନାଲିଷ୍ଟ ହୋଇଛି ମୁମ୍ୱାଇ । ଏହି ବିଜୟ ସହ ପଞ୍ଚମ ଥର ଚାମ୍ପିଅନ୍ ଆଇପିଏଲ ଚାମ୍ପିଅନ୍ ହେବାଠାରୁ ପାଦେ ଦୂରରେ ରହିଛି ।
ବୁମରାହ, ବୋଲ୍ଟ ବୋଲିଂ ଝଡ଼
ମୁମ୍ୱାଇ ଦେଇଥିବା ବିଶାଳ ୨୦୧ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ ହରାଇ ୧୪୩ ରନ୍ କରି ପାରିଥିଲା । ଯଶପ୍ରୀତ ବୁମରାହ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଭୁଶୁଡ଼ି ପଡ଼ିଥିଲା ଦିଲ୍ଲୀର ବ୍ୟାଟିଂ ଅର୍ଡର ।
ଶୂନ ରନରେ ତିନିଟି ଓ୍ୱିକେଟ୍
ଟ୍ରେଣ୍ଟ ବୋଲ୍ଟ ତାଙ୍କର ପ୍ରଥମ ଓଭରରେ ପୃଥ୍ୱୀ ଶ ଓ ଆଜିଙ୍କ୍ୟ ରାହାଣେଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲନ୍ ରାସ୍ତା ଦେଖାଇଥିଲେ । ଏହାପରେ ଶିଖର ଧଓ୍ୱନଙ୍କୁ ଶୂନରେ ଆଉଟ୍ କରିଥିଲେ ବୁମରାହ । ଦଳୀୟ ସ୍କୋର ଶୂନରେ ତିନିଟି ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ୟ୍ୟୟର ସାମନା କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବୁମରାହ ୪ଟି ଓ ବୋଲ୍ଟ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।
ସୂର୍ଯ୍ୟକୁମାର ଓ କିଷାନଙ୍କ ବିସ୍ଫୋରକ ଇନିଂସ
ପ୍ରଥମ କ୍ୱାଲିଫାୟାରରେ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ବିଶାଳ ୨୦୦ ରନ ପାହାଡ ଠିଆ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ (୫୧ ରନ୍) ଓ ଇଶାନ କିଷାନ ଅପରାଜିତ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୭ ରନ୍ ପିଟିଥିଲେ ।
ଦିଲ୍ଲୀ ହାତରେ ଫାଇନାଲ୍ ଖେଳିବା ସୁଯୋଗ
ଦିଲ୍ଲୀ ମ୍ୟାଚ ହାରିଥିଲେ ବି ଫାଇନାଲ୍ ଖେଳିବା ନେଇ ଆଶା ଉଜ୍ଜିବୀତ ଅଛି । ଆସନ୍ତା ୮ ତାରିଖରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଜିତି ଫାଇନାଲ ଟିକେଟ ହାତେଇବା ସୁଯୋଗ ରହିଛି । ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଚର ମ୍ୟାଚ ବିଜେତା ସହ ଦିଲ୍ଲୀ ଖେଳିବ ଦ୍ୱିତୀୟ କ୍ୱାଲିଫାୟାର ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
Comments are closed.