Latest Odisha News

BREAKING NEWS

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୦୧ ରନ୍‌ର ଟାର୍ଗେଟ

ଦୁବାଇ: ଯୁବ ଖେଳାଳି ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ପ୍ଲେ ଅଫରେ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୨୦୦ ରନ୍ କରିଛି । କିଶନ ୩୦ ବଲରେ ଅପରଜିତ ୫୫, ହାର୍ଦ୍ଦିକ ପାଣ୍ଡ୍ୟା ୧୪ ବଲରେ ୩୭, ସୂର୍ଯ୍ୟକୁମାର ୩୮ ବଲରେ ୫୧ ଓ କ୍ୱିଣ୍ଟନ ଡି’କକ ୨୫ ବଲରେ ୪୦ ରନ୍ କରିଛନ୍ତି । ଟସ୍ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

BjdElectrycity

କିଶନ ଓ ପାଣ୍ଡ୍ୟା ୬ଷ୍ଠ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ୨୩ଟି ବଲରେ ୬୦ ରନ୍ ଯୋଡ଼ିଥିଲେ । ଏହା ମଧ୍ୟରୁ ପାଣ୍ଡ୍ୟା ୧୪ ବଲରେ ଅପରାଜିତ ୩୭ ରନ୍ କରିଛନ୍ତି । ସେହିପରି କିଶନ ମଧ୍ୟ ଇନିଂସର ଶେଷ ବଲରେ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ଦିଲ୍ଲୀ ପକ୍ଷରୁ ଅଶ୍ୱିନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ନୋର୍ଜେ ଓ ଷ୍ଟୋଇନିସ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି ।

Leave A Reply

Your email address will not be published.