Latest Odisha News

BREAKING NEWS

ୱାର୍ଣ୍ଣରଙ୍କ ଉଦ୍ୟମ ବ୍ୟର୍ଥ: ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌(୬୭)ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ମୁମ୍ବାଇ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମୁମ୍ବାଇ ପ୍ରଦତ ୨୦୯ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୨୦ ଓଭରରେ ୭ ଉଇକେଟ ହରାଇ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଡେଭିଡ ୱାର୍ଣ୍ଣର ୪୪ ବଲରେ ୫ ଚୌକା ଓ ୨ ଛକା ସହାୟତାରେ ୬୦ ରନ କରି ଏକାକୀ ସଂଘର୍ଷ କରିଥିଲେ । ଜନୀ ବେୟାରଷ୍ଟୋ ୨୫ ଓ ମନୀଷ ପାଣ୍ଡେ ୩୦ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଂଟ ବୋଲ୍ଟ, ଜେମ୍ସ ପ୍ୟାଟିନସନ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୮ ରନ କରିଥିଲା । ଡି’କକ୍ ୩୯ ବଲରେ ୪ ଚୌକା ଓ ୪ଛକା ସହାୟତାରେ ୬୭ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା(୬), ସୂର୍ଯ୍ୟକୁମାର ଯାଦବ (୨୭), ଈଶାନ କିଶାନ (୩୧), ହାର୍ଦ୍ଦିକ ପାଣ୍ଡ୍ୟା (୨୮), କିରନ ପୋଲାର୍ଡ (୨୫ନଟଆଉଟ) ଓ କୃଣାଳ ପାଣ୍ଡ୍ୟା (୨୫ ନଟ ଆଉଟ) ରନ କରିଥିଲେ ।

Leave A Reply

Your email address will not be published.