Latest Odisha News

BREAKING NEWS

ମାଗିଥିଲେ ଚିକେନ କଷା, ମିଳିଲା ମୂଷା ତରକାରୀ: ହୋଟେଲ ମ୍ୟାନେଜର ନାଁରେ ଏତଲା

ମୁମ୍ବାଇ: ହୋଟେଲ ରେସ୍ତୋରାଁରେ ଖାଇବା କାହାକୁ ବା ପସନ୍ଦ ନୁହେଁ । ସାଧାରଣତଃ ହୋଟେଲ/ରେସ୍ତୋରାଁରେ ସ୍ଵାଦିଷ୍ଟ ନନଭେଜ୍ ଖାଦ୍ୟର ଡିମାଣ୍ଡ ଅଧିକ ରହିଥାଏ । ବିଶେଷକରି ଚିକେନ୍ ଓ ମଟନର ନାନା ଆଇଟମ୍ ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ହେଲେ ଯଦି ଚିକେନ୍ ବଦଳରେ ହୋଟେଲରେ ମୂଷା ମାଂସ ମିଳେ, ତାହାହେଲେ ଆପଣ କ’ଣ କରିବେ? କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଘଟଣା ସାମ୍ନାକୁ ଆସିଛି ମୁମ୍ବାଇ ସହରରୁ । ଯାହା ଶୁଣିଲେ ହୁଏତ ଆପଣ ଆଜିଠୁ ହୋଟେଲରେ ଖାଇବାକୁ ସଙ୍କୋଚ କରିବେ ।

ମୁମ୍ବାଇର ଗୋଟିଏ ଲୋକପ୍ରିୟ ରେସ୍ତୋରାଁରେ ଗ୍ରାହକଙ୍କୁ ଚିକେନ ବଦଳରେ ମୂଷା ମାଂସ ତରକାରୀ ପରଷା ଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଅନୁରାଗ ସିଂହ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ବାନ୍ଦ୍ରା ଅଞ୍ଚଳର ଏକ ଜଣାଶୁଣା ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ଦୁଇ ସାଙ୍ଗ ଅର୍ଡରରେ ବ୍ରେଡ ସହ ଚିକେନ୍ ଓ ମଟନ ଥାଳି ମଗାଇଥିଲେ । ଖାଉଥିବା ବେଳେ ଚିକେନ କଷା ତାଙ୍କୁ ଟିକିଏ ଅଲଗା ଲାଗିଲା । ପାଖରୁ ଦେଖିବାକୁ ତାହା ଚିକେନ୍ ନଥିଲା ବରଂ ମୂଷା ମାଂସ ଥିବାର ଜାଣିଥିଲେ ଯୁବକ । ଅଭିଯୋଗ କ୍ରମେ ପୋଲିସ ଉକ୍ତ ରେସ୍ତୋରାଁ ମ୍ୟାନେଜର ବିଭିଆନ ଆଲର୍ବଟ ଶିକାବର, ହୋଟେଲର ସେଫଙ୍କ ବିରୋଧରେ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସେହିପରି କିଛି ଦିନ ତଳେ ପଞ୍ଜାବ ଲୁଧିଆନାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ଏକ ରେସ୍ତୋରାଁରେ ମଟନ ତରକାରୀରୁ ମଲା ମୂଷା ବାହାରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ ଖୁବ୍ ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.