Latest Odisha News

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ ପରୀକ୍ଷା। ୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ୍ ସେଲ୍ ପରୀକ୍ଷା।

ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନବ୍ୟାପେ, ସେଥିପାଇଁ ମ୍ୟାଚ୍ ମେକିଙ୍ଗ୍ କରାଯିବ। ସିକିଲ୍ ସେଲ୍ ଥିବା ଲୋକଙ୍କୁ ଜାରି ହେବ କାର୍ଡ। ଯେବେ ସେମାନଙ୍କ ପ୍ରସ୍ତାବ ପଡିବ, ଆଗ ଏହି କାର୍ଡକୁ ମ୍ୟାଚ୍ କରାଯିବ। ଯଦି ଉଭୟଙ୍କ ସିକିଲ୍ ସେଲ୍ ରୋଗ ଥିବ, ତେବେ ବିବାହ ନକରିବାକୁ ପରାମର୍ଶ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସିକଲ୍ ସେଲ୍‌ରେ ୨୫ ପ୍ରତିଶତ ଶିକାର ହେଉଛନ୍ତି। ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଏହି ରୋଗ ଅଧିକ ଭାବରେ ଦେଖାଯାଉଥିବା ବେଳେ ଆସନ୍ତା ୨୦୪୭ ସୁଦ୍ଧା ଏହାର ମୂଳୋତ୍ପୋଟନ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସିକିଲ୍ ସେଲ୍ ରୋଗ ହେବା ଦ୍ୱାରା ବିଷେଷ ଭାବେରେ ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ।

ବର୍ତ୍ତମାନ ରାଜ୍ୟରେ ୨୦ଟି ଜିଲ୍ଲାରେ ସିକିଲ୍ ସେଲ୍ ଟେଷ୍ଟ କରାଯିବ। ୨୦୧୦ ମସିହାରେ ଓଡ଼ିଶାରେ ସିକିଲ୍ ସେଲ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ଯାହା ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ଆରମ୍ଭ କରାଯାଇଥିଲା। ୨୦୧୭ ମସିହାରେ ଭେଲୋର ସହିତ ଏକ ଏମଓୟୁ ସ୍ୱାକ୍ଷାର ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ହେଉଛି ଉକ୍ତ ରୋଗକୁ କିଭଳି ଭାବେ କମାଯାଇପାରିବ। ଏହାକୁ ନେଇ ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.