Latest Odisha News

ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟରୁ ବାହାରିଲା ଅସରପା

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରୁ ବାହାରିଛି ଅସରପା। ଏକ ପରିବାର ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ବେଳେ ସେମାନଙ୍କ ଖାଦ୍ୟରୁ ବାହାରିଥିଲା ଅସରପା।

ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା ଅସରପା ଦେଖାଯାଉଛି। ତେବେ ଏହି ପୋଷ୍ଟ ଅଗଷ୍ଟ ୨୦ର ହୋଇଥିବା ଜଣାପଡିଛି।

ଉକ୍ତ ବ୍ୟକ୍ତିଙ୍କ ପୋଷ୍ଟ ଭାଇରାଲ ହେବା ପରେ ଆଇଆରସିଟିସି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ଦିଆଯାଇଛି। ଏହି ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

 

Comments are closed.