Latest Odisha News

BREAKING NEWS

ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ୍; ଗିରଫ ହେଲେ ଏହି ଫେମସ ଅଭିନେତ୍ରୀ

ମୁମ୍ବାଇ: ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ୍। ଗିରଫ ହେଲେ ଭୋଜପୁରୀ ଅଭିନେତ୍ରୀ। ମଡେଲ୍ ହେବାକୁ ଆସୁଥିବା ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ଅଭିନେତ୍ରୀ। କମାଉଥିଲେ ମୋଟା ଅଙ୍କର ଟଙ୍କା। ପୁଲିସର ସୂଚନା ଅନୁସାରେ, ଏହାର ସାମାଜିକ ସେବା ଶାଖା ପ୍ରଥମେ ଚଢ଼ାଉ କରିଥିଲା। ଏଥିରେ ଭୋଜପୁରୀ ଅଭିନେତ୍ରୀ ସୁମନ କୁମାରୀ ଅଭିଯୁକ୍ତ ଥିବା ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।

ମୁମ୍ବାଇର ଆରେ କଲୋନୀ ଏରିଆ ନିକଟସ୍ଥ ରୟାଲ ପାମ ହୋଟେଲ୍ ନିକଟରେ ସେକ୍ସ ରାକେଟ୍ ଚାଲିଥିବା ପୁଲିସ ଖବର ପାଇବା ପରେ ଅପରାଧିମାନଙ୍କୁ ଧରିବାକୁ ଯୋଜନା ଆରମ୍ଭ ହୋଇଥିଲା। ପୁଲିସ ପକ୍ଷରୁ ଜଣେ ନକଲି ଗ୍ରାହକ ସାଜି ସୁମନ କୁମାରୀଙ୍କ ପାଖକୁ ଯାଇଥିଲେ। ଏଥିରେ ଅଭିନେତ୍ରୀ ଗ୍ରାହକଙ୍କ ସହ ଡିଲ୍ କରିଥିଲେ। ପ୍ରତ୍ୟେକ ମଡେଲ୍ ପାଇଁ ସେ ୫୦- ୮୦ ହଜାର ଟଙ୍କା ମୁଲଚାଲ କରୁଥିବା ବେଳେ କ୍ୟାମେରା ସାମ୍ନାରେ ଧରାପଡ଼ିଥିଲେ।

ପୁଲିସ ଅଭିନେତ୍ରୀଙ୍କୁ ଗିରଫ କରି ଥାନାକୁ ନେଇଥିବା ବେଳେ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ସହରରେ ଏଭଳି ସେକ୍ସ ରାକେଟ୍ ବଢ଼ିବା ନେଇ ପୁଲିସ ଚିନ୍ତା ବ୍ୟକ୍ତ କରିଛି ଏବଂ ଏହାକୁ ରୋକିବାକୁ ସହଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରିଛି।

ପୁଲିସର ସୂଚନା ଅନୁସାରେ ୨୪ ବର୍ଷୀୟ ସୁମନ କୁମାର ଜଣେ ଭୋଜପୁରୀ ଅଭିନେତ୍ରୀ। ସେ ଗ୍ରାହକଙ୍କ ପାଖକୁ ମଡେଲମାନଙ୍କୁ ପଠାଉଥିଲେ। ଏହି ମଡେଲ୍‌ମାନେ ଫିଲ୍ମ ଲାଇନ୍‌ରେ କ୍ୟରିୟର ବନାଇବାକୁ ଆସି ସଂଘର୍ଷ କରୁଥିଲେ। ସୁମନ ଏମାନଙ୍କୁ ଯୋଗାଯୋଗ କରି ଦେହବ୍ୟାପାର କରିବାକୁ ବାଧ୍ୟ କରୁଥିଲେ।

ସେକ୍ସ ରାକେଟ୍ ପାଇଁ ବ୍ରୋକର କାମ କରୁଥିବା ସୁମନ କୁମାରୀ ଅନେକ ଭୋଜପୁରୀ ଫିଲ୍ମରେ ଅଭିନୟ କରିଛନ୍ତି।  ତା ସହିତ କମେଡି ଶୋ ଓ ବୁମ୍ ଓଟିଟି ଚ୍ୟାନେଲ୍‌ରେ ବି କାମ କରିଛନ୍ତି। ପୁଲିସର ସୂଚନା ଅନୁସାରେ,  ସୁମନ ଗତ ୬ ବର୍ଷ ହେଲା ମୁମ୍ବାଇରେ ରହି ଆସୁଥିଲେ। ତେବେ କେବେ ସେ ସେକ୍ସ ରାକେଟରେ କାମ କଲେ ସେ ନେଇ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.