Latest Odisha News

BREAKING NEWS

କରୋନା ଅପ୍‌ଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ବି ଦୈନିକ ସଂକ୍ରମଣ ୧୨ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି।

ସେହିପରି ଦିନକରେ ୪୨ ଜଣଙ୍କର ଜୀବନ ନେଇଛି କରୋନା। କେବଳ କେରଳରେ ପୁନଃ ଗଣନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୦୦ ହୋଇଛି।

ଦେଶରେ ମୋଟ ସଂକ୍ରମଣରେ ବର୍ତ୍ତମାନ ୦.୧୫ ପ୍ରତିଶତ ଆକ୍ଟିଭ୍ ମାମଲା ରହିଥିବା ବେଳେ ଜାତୀୟ ସୁସ୍ଥ ହାର ୯୮.୬୬ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୪,୪୨,୮୩,୦୨୧ ହୋଇଛି।

ସେହିପର ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି। ଟିକାକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୬ କୋଟି କୋଭିଡ୍ ଭ୍ୟାକ୍ସିନ୍‌ ଡୋଜ୍ ଦିଆଯାଇସାରିଛି।

Leave A Reply

Your email address will not be published.