Latest Odisha News

ଗୁଗୁଲ ସିଇଓଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୁନ୍ଦର ପିଚାଇଙ୍କ ବ୍ୟତୀତ ଗୁଗୁଲ୍ କମ୍ପାନୀର ଅନ୍ୟ ୫ଜଣ ଅଧିକାରୀଙ୍କ ନାମରେ ମଧ୍ୟ ବୁଧବାର ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, କପି ରାଇଟ୍ ଉଲ୍ଲଂଘନ ମାମଲାରେ କୋର୍ଟର ନିର୍ଦ୍ଦେଶ ଅନୁସାରେ ମୁମ୍ବାଇ ପୋଲିସ, ସୁନ୍ଦର ପିଚାଇଙ୍କ ସମେତ ଗୁଗୁଲର ଅନ୍ୟ ୫ଜଣ ଅଧିକାରୀଙ୍କ ନାଁରେ ଏଫଆଇଆର୍ ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ନିର୍ଦ୍ଦେଶକ ସୁନୀଲ ଦର୍ଶନ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପିଲ୍ମ ‘ଏକ ହାସିନା ଥି ଏକ ଦିୱାନା ଥା’ ଗୀତର କପି ରାଇଟ୍ କାହାକୁ ଦେଇ ନାହାନ୍ତି । ଏହା ସତ୍ତେ କିଛି ଲୋକ ଫିଲ୍ମର ଗୀତ ଓ ଭିଡିଓକୁ ଗୁଗୁଲ ଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ଯାହାଦ୍ୱାରା ସେମାନେ କୋଟି କୋଟି ରୋଜଗାର କରିଛନ୍ତି ଏବଂ ଚଳଚିତ୍ର ନିର୍ମାତା କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ସୁନ୍ଦର ପିଚାଇଙ୍କ ସମେତ ୟୁଟ୍ୟୁବ ଏମଡି ଗୌତମ ଆନନ୍ଦ ଏବଂ ଗୁଗୁଲର ଅନ୍ୟ ଅଧିକାରୀଙ୍କ ବିରୋଧରେ କପି ରାଇଟ୍ ଧାରା ୫୧, ୬୩ ଏବଂ ୬୯ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରୁଛି ମୁମ୍ବାଇ ପୋଲିସ ।

Comments are closed.