Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ କୋହଲିଙ୍କୁ ଦିଆଯିବ ବିଶ୍ରାମ !

ନୂଆଦିଲ୍ଲୀ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ । ଅବଶ୍ୟ ଏ ନେଇ କୋହଲି କିମ୍ବା ବିସିସିଆଇ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

ବିିସିସିଆଇ ଓ କୋହଲିଙ୍କ ମଧ୍ୟରେ ବିବାଦ ଥମୁ ନ ଥିବାରୁ ବରିଷ୍ଠ ଖେଳାଳିଙ୍କ ପରାମର୍ଶ କ୍ରମେ କୋହଲି କିଛି ଦିନ ବ୍ରେକ ନେଇଗଲେ ସବୁ କିଛି ପୂର୍ବ ଭଳି ସ୍ଥିତିକୁ ଆସିଯିବ । ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ପରୋକ୍ଷରେ କୋହଲିଙ୍କୁ ଏହି ପରାମର୍ଶ ଦେଇଛନ୍ତି । କିଛି ଦିନ ବିଶ୍ରାମ ନେଲେ ସେ ୩/୪ ବର୍ଷ ମନଦେଇ ଖେଳିପାରିବେ ବୋଲି ଶାସ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.