Latest Odisha News

BREAKING NEWS

ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା: ସଲମାନଙ୍କୁ ଧମକ

ନୂଆଦିଲ୍ଲୀ: ପୁଣି ଅଭିନେତା ସଲମାନ ଖାନଙ୍କୁ ଧମକ । ହ୍ୱାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସୁରକ୍ଷିତ ରହିବା ପାଇଁ ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍ ନମ୍ବରକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି ଯେଉଁଥିରେ ଲରେନ୍ସ ବିଷ୍ଣୋଇ ସହ ଦୀର୍ଘ ଦିନର ଶତ୍ରୁତାକୁ ଶେଷ କରିବାକୁ ଅଭିନେତା ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ଦୁର୍ବୃତ୍ତ ଜଣଙ୍କ ଆହୁରି ମଧ୍ୟ ଲେଖିଛି ଯେ, ଏହି ମେସେଜକୁ ହାଲୁକାରେ ନିଅ ନାହିଁ । ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ଶେଷ କରିବାକୁ ପଡିବ । ଯଦି ଏହି ସତୃତାକୁ ଶେଷ କରିବାକୁ ଚାହୁଁଛ ତେବେ ୫ କୋଟି ଟଙ୍କା ଦିଅ ନଚେତ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ । ସେପଟେ ମେସେଜ ମିଳିବା ପରେ ମୁମ୍ବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନଙ୍କ ଫାର୍ମ ହାଉସକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି । ସଲମାନ ଖାନ ଓ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ପୂର୍ବର ମଧ୍ୟ ଧମକ ମିଳିଥିଲା । କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗାଙ୍ଗ ତରଫରୁ ଏମିତି କରାଯାଉଛି ବୋଲି ନିଜେ ମାନିଥିଲା ଗାଙ୍ଗ ।  ତେବେ ୧୯୯୮ ମସିହାରେ ସଲମାନଙ୍କ ହାତରେ ଏକ ହରିଣର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଲରେନ୍ସ ସଲମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଏପରି କରୁଛି ।

 

Leave A Reply

Your email address will not be published.