Latest Odisha News

BREAKING NEWS

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି । ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ମହେଶ ଭଟ୍ଟଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରାଯିବା ସହ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏଯାଏଁ ୩୭ ଜଣଙ୍କ ବୟାନ ରେକର୍ଡ କରିଛି । ଆଗକୁ କରନ ଜୋହରଙ୍କ ବୟାନ ମଧ୍ୟ ରେକର୍ଡ ହୋଇପାରେ ।

ସୂଚନା ଯୋଗ୍ୟ ଯେ, ନିକଟରେ ମୁମ୍ବାଇ ପୋଲିସ ଲେଖକ, ଅଭିନେତା ତଥା ନିର୍ଦ୍ଦେଶକ ରୁମି ଜାଫରିଙ୍କୁ ମଧ୍ୟ ଜେରା ପାଇଁ ଡାକିଥିଲା । ସେହିପରି ପୂର୍ବରୁ ୟଶ୍ ରାଜ ଫିଲ୍ମର ମୁଖ୍ୟ ଆଦିତ୍ୟ ଚୋପ୍ରା ଏବଂ ସଲମାନ ଖାନ୍‌ଙ୍କ ପୂର୍ବତନ ମ୍ୟାନେଜରଙ୍କୁ ମଧ୍ୟ ଡାକି ପୋଲିସ ପଚରାଉଚରା କରିଛି ।

Leave A Reply

Your email address will not be published.