Latest Odisha News

BREAKING NEWS

କାହିଁକି ବଲିଉଡ୍‌କୁ ମହିଳା ବିରୋଧୀ କହିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ମୁମ୍ବାଇ ପୋଲିସର ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ମେମ୍‌ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥର ଅନେକ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ମୁମ୍ବାଇ ପୋଲିସର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ଯେ କିପରି ଏହି ଚଳଚ୍ଚିତ୍ରଗୁଡ଼ିକର ଦୃଶ୍ୟ ଏବଂ ସଂଳାପ ମହିଳା ବିରୋଧୀ।

ମୁମ୍ବାଇ ପୋଲିସ ଏକ ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଛି। କବୀର ସିଂ ହେଉଛି ଏକମାତ୍ର ଚଳଚ୍ଚିତ୍ର ଯାହା ଦୁଇଥର ଉଲ୍ଲେଖ କରାଯାଇଛି। ପ୍ରଥମ ଦୃଶ୍ୟରେ କବୀର ସିଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ କହିଛନ୍ତି, ‘ପ୍ରୀତି ଚୁନି ଠିକ୍‌ କରୋ’। ଫିଲ୍ମ କବୀର ସିଂର ଆଉ ଏକ ଡଏଲଗ୍‌କୁ ମଧ୍ୟ ଏଥିରେ ଆକ୍ଷେପ କରାଯାଇଛି ‘ୱ ମେରୀ ବନ୍ଦୀ ହେ’। ଏହା ବ୍ୟତୀତ ‘ହମ୍ ତୁମ୍‌ହାରେ ହେ ସନମ୍’, ‘ମାଲାମାଲ୍’, ‘ଦିଲ୍ ଧଡକ୍‌ନେ ଦୋ’, ‘ଦବାଙ୍ଗ’, ‘ଚଶ୍‌ମେ ବଦୁର’ ଏବଂ ‘ଉଡତା ଚମନ’କୁ ମଧ୍ୟ ସାମିଲ କରାଯାଇଛି।

ମୁମ୍ବାଇ ପୋଲିସ ଏହାର ପୋଷ୍ଟରେ ଲେଖିଛି ଯେ ”କିଛି ସଂଳାପ ଅଛି ଯାହା ଆମ ସମାଜ ଏବଂ ସିନେମା ଉଭୟକୁ ବିଚାର କରିବା ଆବଶ୍ୟକତା ରହିଛି। ଯତ୍ନର ସହିତ ଏହା ଉପରେ କାର୍ଯ୍ୟ କରିବା ଉଚିତ।”

Leave A Reply

Your email address will not be published.