Latest Odisha News

BREAKING NEWS

ECMO ଚିକିତ୍ସା ଅଧୀନରେ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ECMO ଚିକିତ୍ସା ଅଧୀନରେ ଥିବା ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି।

ସୂଚନାନୁସାରେ, ହୃଦ୍‌ଘାତ ଶୀକାର ହେବା ପରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଇକ୍‌ମୋ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି।

ସେପ୍ଟେମ୍ବର ୨୨ ରେ, କଟକ ‘ନିଶିଣ୍ଟକୋଇଲି ବ୍ଲକର ବଡଖୀରା ଗାଁର ଅନ୍ନପୂର୍ଣ୍ଣା ନାୟକ (୫୮) ନାମକ ଜଣେ ଗୁରୁତର କରୋନା ରୋଗୀଙ୍କ ଇକ୍‌ମୋ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ଘଟିଥିଲା।

ଏହାପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ବେଲତଳା ଗ୍ରାମର ଜଗନ୍ନାଥ ପ୍ରଧାନ (୩୨), ବଲାଙ୍ଗିର ଜିଲ୍ଲାର ଜ୍ୟୋତିର୍ମୟ ପଣ୍ଡା (୩୮) ଏବଂ ଭୁବନେଶ୍ୱରର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଦିଲୀପ କୁମାର ଅଗ୍ରୱାଲ ଏସସିବିରେ ECMO ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏସସିବିର କାର୍ଡିଓଥୋରାସିକ୍ ୱାର୍ଡରେ ୯ଟି ECMO ମେସିନ୍ ଥିବା ଏହି ଚିକିତ୍ସା ସୁବିଧା ରହିଛି।

Leave A Reply

Your email address will not be published.