Latest Odisha News

ମାତ୍ର ଦେଢ ଘଣ୍ଟାରେ ଅପହୃତ ୬ ବର୍ଷର ଶିଶୁକୁ ଠାବ କଲା ସନ୍ଧାନୀ କୁକୁର

ମୁମ୍ବାଇ: ମାତ୍ର ଦେଢ ଘଣ୍ଟା ମଧ୍ୟରେ ଅପହୃତ ହୋଇଥିବା ୬ ବର୍ଷର ଶିଶୁକୁ ଠାବ କଲା ମୁମ୍ବାଇ ପୁଲିସର ବମ୍ ଡିସ୍ପୋଜାଲ୍ ଆଣ୍ଡ୍ ଡିଟେକ୍ସନ୍ ସ୍କାର୍ଡର ଏକ ସନ୍ଧାନୀ କୁକୁର । ଏହାକୁ ନେଇ ଏହି ସନ୍ଧାନୀ କୁକୁର ଏବେ ଚର୍ଚ୍ଚାରେ ।

ପିଲାଟି ଘର ବାହାରେ ଖେଳୁଥିଲା । ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାକୁ ଅପହରଣ କରିନେଇଥିଲେ । ପିଲାଟିର ଘର ଲୋକେ ତାକୁ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳି ନ ଥିଲା । ଶେଷରେ ଏନେଇ ସେ ପୋୱାଇ ପୋଲିସରେ ଖବର ଦେଇଥିଲେ । ଘରୁ ବାହାରକୁ ବାହାରିବା ପୂର୍ବରୁ ପିଲାଟି ପୋଷାକ ବଦଳାଇଥିଲା ବୋଲି ପରିବାର ଲୋକେ ପୁଲିସକୁ କହିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ଲିଓକୁ ଆଣି ପୁଅର ଟି-ସାର୍ଟକୁ ଶୁଂଘିବା ପାଇଁ ଦେଇଥିଲେ ।

କିଛି ସମୟ ପରେ ଲିଓ ପୋଲିସ ଟିମ୍‌କୁ ଅଜଣା ଅପହରଣକାରୀ ଶିଶୁଟିକୁ ଲୁଚାଇ ରଖିଥିବା ସ୍ଥାନକୁ ନେଇ ଯାଇଥିଲା । ତେବେ ପୁଲିସକୁ ଦେଖି ଅପହରଣକାରୀ ଭୟଭୀତ ହୋଇ ଫେରାର ହୋଇ ଯାଇଥିଲେ । ?ଶେଷରେ ଶିଶୁଟି ଉଦ୍ଧାର ହୋଇଥିଲା । ପୁଲିସ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.