Latest Odisha News

BREAKING NEWS

ସାମ୍ନାକୁ ଆସିଲା ‘ୱାର ୨’ର ରିଲିଜ୍ ଡେଟ୍‌, ପ୍ରଥମ ଥର ନଜର ଆସିବେ ହ୍ରିତିକ- ଦୀପିକା

ମୁମ୍ୱାଇ : ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ‘ୱାର’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ‘ୱାର-୨ ‘କୁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ ‘ୱାର ୨’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୨୫ରେ ରିଲିଜ୍ ହେବ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦୀପିକା ଏବଂ ହ୍ରିତିକ ଏକାଠି ନଜର ଆସିବେ ।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଅଗଷ୍ଟ ୧୪, ୨୦୨୫ ରେ ରିଲିଜ୍ ହେବ । ଏଥର ହ୍ରିତିକ ରୋଶନଙ୍କ ବ୍ୟତୀତ ଜୁନିଅର ଏନଟିଆର ଏବଂ କିଆରାଙ୍କୁ ମଧ୍ୟ ‘ୱାର ୨’ରେ ଦେଖିବାକୁ ମିଳିବ ।’ୱାର ୨’ ବ୍ୟତୀତ ହ୍ରିତିକଙ୍କ ଫିଲ୍ମ ‘ଫାଇଟର ମଧ୍ୟ ରହିଛି । ଫିଲ୍ମ ‘ଫାଇଟର ଆସନ୍ତା ବର୍ଷ ୨୫ ଜାନୁୟାରୀ ୨୦୨୪ରେ ମୁକ୍ତିଲାଭ କରିବ । ଏଥିରେ ଦୀପିକା ପାଦୁକୋନ ହ୍ରିତିକଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ସେଟରୁ ଅନେକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟଙ୍କ ମଧ୍ୟରେ ଦମ୍‌ଦାର କେମେଷ୍ଟ୍ରୋ ଦେଖିବାକୁ ମିଳିଛି ।

Leave A Reply

Your email address will not be published.