Latest Odisha News

BREAKING NEWS

ମୁମ୍ବାଇ ବର୍ଷା: ବାତିଲ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିôବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା (ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ) ବାତିଲ ହୋଇଛି ।

ଏନେଇ ସୋମବାର ଦିନ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଅଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମୁମ୍ବାଇ ଅଞ୍ଚଳରେ ବର୍ଷା ଜନିତ ବନ୍ୟା ପରିସ୍ଥିତି ସହିତ ରେଳଧାରଣ ଉପରେ ଜଳ ପ୍ରବାହିତ ହେବା ଓ ମାଟି ଧସିବା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

Leave A Reply

Your email address will not be published.