Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ ।

ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ କରିଛନ୍ତି ।

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କାଶ୍ମୀରରେ ଶାନ୍ତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି ।

ଆହୁରି ମଧ୍ୟ ବଲିଉଡ୍ ତଥା ଓଲିଉଡ୍ ଜଗତର ନାମକରା କଣ୍ଠଶିଳ୍ପୀ ସୋନ ମହାପାତ୍ର ମଧ୍ୟ ଧାରା ୩୭୦ଉଚ୍ଛେଦକୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି ।

ସେହିପରି ଜଣାଶୁଣା ଲେଖକ ଚେତନ ଭଗତ ମଧ୍ୟ ଏନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.