Latest Odisha News

ଦୁନିଆର ସବୁଠାରୁ ଚାପଗ୍ରସ୍ତ ସହର ମୁମ୍ବାଇ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଦୁନିଆର ସବୁଠାରୁ ଚାପଗ୍ରସ୍ତ ସହର ତାଲିକାରେ ସ୍ଥାନିତ ହୋଇଛି। ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି।

ବ୍ରିଟେନର କାର୍ ସେୟାରିଂ କମ୍ପାନୀ ହିଆକାର ଦ୍ବାରା କରାଯାଇଥିବା ଏହି ସର୍ଭେ ବିଶ୍ବର ସର୍ବାଧିକ ଜନବହୁଳ ସହରଗୁଡିକ ମଧ୍ୟରୁ ଏହିଭଳି ୩୬ ଟି ସହର ଚୟନ କରିଛି। ଯାହା ବର୍ତ୍ତମାନ ଡ୍ରାଇଭରମାନଙ୍କ ପାଇଁ ସବୁଠାରୁ ବଢ ଆହ୍ବାନ ହୋଇଛି।

ଏହି ସହରଗୁଡିକୁ ର଼୍ୟାଙ୍କିଙ୍ଗ୍ କରିବାବେଳେ, ମୁଣ୍ଡପିଛା କାର ସଂଖ୍ୟା, ସହରରେ ମୋଟ ଯାନ ସଂଖ୍ୟା, ଟ୍ରାଫିକ୍ ସମସ୍ୟା, ରାସ୍ତାର ଗୁଣବତ୍ତା, ଜନସାଧାରଣ ପରିବହନ ବିକଳ୍ପ, ବର୍ଷକୁ ଟ୍ରାଫିକ୍ ଦୁର୍ଘଟଣା ଏବଂ ଧ୍ୟାନରେ ରଖାଯାଇଥିଲା।

ସହରଗୁଡିକୁ ମୋଟ ୧୦ରୁ ମୁମ୍ବାଇ ଏବଂ ଦିଲ୍ଲୀକୁ ଯଥାକ୍ରମେ ୭.୪ ଏବଂ ୫.୯ ସ୍କୋର କରାଯାଇଥିଲା।

ବେଙ୍ଗାଲୁରୁକୁ ୪.୭ ସ୍କୋର କରାଯାଇଥିବା ବେଳେ ସମଗ୍ର ବିଶ୍ବରେ ୧୧ତମ ସ୍ଥାନରେ ରହିଛି।

ପେରୁର ରାଜଧାନୀ ଲିମା ଗାଡି ଚଳାଇବା ପାଇଁ ସର୍ବନିମ୍ନ ଚାପଗ୍ରସ୍ତ ସହର ଭାବରେ ମାନ୍ୟତା ପାଇଛି। ଏହାକୁ ୨.୧ ସ୍କୋର ପାଇଛି।

ହିଆକାର ସର୍ବେକ୍ଷଣ ଅନୁଯାୟୀ, ଦୁନିଆର ୧୦ ଟି ଚାପଗ୍ରସ୍ତ ସହର ହେଉଛି

ମୁମ୍ବାଇ:୭.୪, ପ୍ୟାରିସ: ୬.୪, ଜାକର୍ତ୍ତା: ୬.୦, ଦିଲ୍ଲୀ: ୫.୯, ନ୍ୟୁୟର୍କ: ୫.୬, କୁଆଲାଲମ୍ପୁର: ୫.୩, ନାଗୋୟା: ୫.୧, ଲଣ୍ଡନ: ୫.୦, ମେକ୍ସିକୋ ସିଟି: ୪.୯, ଓସାକା: ୪.୯।

Comments are closed.