Latest Odisha News

BREAKING NEWS

ଗୌତମ ସିଂହାନିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ନବାଜ: କହିଲେ, ଭୋକ ଉପାସରେ ତିରୁପତି ସିଡି ଚଢାଉଥିଲେ

ନୂଆଦିଲ୍ଲୀ: ପାରବାରିକ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ରେମଣ୍ଡ ଗ୍ରୁପର ଡାଇରେକ୍ଟର ଗୌତମ ସିଂହାନିଆ  । ଖୁବ ଶୀଘ୍ର ଗୌତମ ସିଂହାନିଆ ଓ ପତ୍ନୀ ନବାଜ ମୋଦିଙ୍କ ବିବାହ ବିଚ୍ଛେଦ ହେବ  । ଏ ନେଇ ଗୌତମ ସିଂହାନିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ସାରିଛନ୍ତି । ଏପଟେ ଗୌତମ ସିଂହାନିଆଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ପତ୍ନୀ ନବାଜ ।  ନବାଜ ମୋଦିଙ୍କୁ ରେମଣ୍ଡ ହାଉସର ଦିୱାଲି ପାର୍ଟିକୁ ଯିବାକୁ ନ ଦିଆଯିବା ଏବଂ ଗେଟ ବାହାରେ ନବାଜ ମୋଦି ବହୁ ସମୟ ଧରି ଛିଡା ହୋଇ ରହିବାର ଏକ ଭିଡଓ ଭାଇରାଲ ହୋଇଥିଲା । ନବାଜ ମୋଦି ଆହୁରି ଅଭିଯୋଗ ଆଣିଥିଲେ, ଗୌତମ ସିଂହାନିଆ ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ମାଡ ମାରୁଛନ୍ତି । ଏବେ ଗୌତମଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଆଣିଛନ୍ତି ନବାଜ ମୋଦି ।

ନବାଜ ମୋଦିଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ନବାଜ ଗୌତମ ସିଂହାନିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଗୌତମ ସିଂହାନିଆ ବାଲାଜୀଙ୍କର ଭକ୍ତ । ଗୌତମ ତାଙ୍କୁ ଓପାସରେ ରଖି ତିରୁପତି ମନ୍ଦିର ସିଡି ଚଢିବାକୁ ବାଧ୍ୟ କରିଥିଲେ । ସେ କହିଛନ୍ତି, ବିବାହ ପାଇଁ ରାଜି ହେବା ପରେ ଗୌତମ ସିଂହନିଆ ନବାଜଙ୍କୁ ତିରୁପତି ଦର୍ଶନ  ପାଇଁ ନେଇ ଯାଇଥିଲେ । ସେତେବେଳେ ସେ ତାଙ୍କୁ ଖାଇବା ତ ଦୂର କଥା, ପାଣି ବି ପିଇବାକୁ ଦେଇ ନ ଥିଲେ । ଭୋକରେ ରଖି ସିଡି ଚଢିବାକୁ ତାଙ୍କୁ ବାଧ୍ୟ କରିଥିଲେ । ଥରେ ଦୁଇଥର ତାଙ୍କର ମୁଣ୍ଡ ବି ବୁଲାଇଥିଲା । ହେଲେ ଏସବୁ ଗୌତମ ସିଂହାନିଆଙ୍କ ଉପରେ କିଛି ବି ପ୍ରଭାବ ପକାଇ ନ ଥିଲା । ସେ ତାଙ୍କୁ ଖାଇବାକୁ ଦେଇ ନ ଥିଲେ ବୋଲି ନବାଜ ଅଭିଯୋଗ କରିଛନ୍ତି ।

ନବାଜ କହିଛନ୍ତି, ମୌତମ ତାଙ୍କୁ କହିଥିଲେ ‘ତୁମକୁ ଓପାସ ରହି ସିଡି ଚଢିବାକୁ ପଡିବ ।’ ସେତେବେଳେ ନବାଜଙ୍କୁ ଜଣା ନ ଥିଲା ପ୍ରକୃତରେ କେତେ ସିଡି ଅଛି । ମୁଣ୍ଡ ବୁଲାଇ ହେଉଥିଲେ ମଧ୍ୟ ସେ ଉପବାସରେ ସିଡି ଚଢି ଯାଇଥିଲେ ।

ଗୌତମ ସିଂହାନିଆ ତାଙ୍କର ଜୀବନଶୈଳୀ ପାଇଁ ବେଶ ଜଣାଶୁଣା । ଏବେ ସେ ପତ୍ନୀ ନବାଜ ମୋଦଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ନବାଜ ତାଙ୍କୁ ସମ୍ପତ୍ତିର ୭୫ ପ୍ରତିଶତ ଅଂଶ ନେବା ପାଇଁ ଦାବି କରୁଛନ୍ତି । ଏକ ସାକ୍ଷାତକାରରେ ନବାଜ କହିଛନ୍ତି, ଗୌତମ ସିଂହାନିଆ ତାଙ୍କୁ ଏବଂ ତାଙ୍କ ଝିଅକୁ ମାରଧର ବି କରନ୍ତି । ସେ କହିଥିଲେ, ସେପ୍ଟେମ୍ବର ୯ ତାରିଖରେ ଆମକୁ ସେ ମାରପିଟ କରିଥିଲେ ଏବଂ ପରେ ପଳାଇ ଯାଇଥିଲେ ।

ଅନ୍ୟପକ୍ଷେ ଏ ସମସ୍ତ ଅଭିଯୋଗ ଉପରେ ଗୌତମ ସିଂହାନିଆ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି, ମୁଁ ମୋର ବ୍ୟକ୍ତଗତ ଜୀବନକୁ ସମ୍ମାନ କରେ । ଘର କଥା ବାହାରେ ଖୋଲିବାକୁ ଚାହେଁନି ।’

Leave A Reply

Your email address will not be published.