Latest Odisha News

ବିଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ, ଚଳିତ ଶତାବ୍ଦୀର ଯୁଗପୁରୁଷ ନରେନ୍ଦ୍ର ମୋଦି-ଉପରାଷ୍ଟ୍ରପତି

ମୁମ୍ବାଇ:ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର ମାନ୍ୟତା ଦେଇଛନ୍ତି । ଧନଖଡ କହିଛନ୍ତି, ‘ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଏବଂ ଅହିଂସା ମାଧ୍ୟମରେ ଆମକୁ ଇଂରେଜମାନଙ୍କଠାରୁ ମୁକ୍ତ କରାଇଥିଲେ । ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି ଏକ ରାସ୍ତାରେ ଆମକୁ ନେଇ ଯାଉଛନ୍ତି ଯେଉଁ ରାସ୍ତାରେ ଆମେ ଯିବାକୁ ଚାହୁଁଥିଲୁ ।’

ଉପରାଷ୍ଟ୍ରପତି ଧନଖଡ ଜୈନ ବିଚାରକ ଏବଂ ଦାର୍ଶନିକ ଶ୍ରୀମଦ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ ସମାରୋହରେ ଉଦବୋଧନ ଦେଉଥିଲେ । ଉଦବୋଧନ ସମୟରେ ଧନଖଡ କହିଥିଲେ, ମୁଁ ଆପଣଙ୍କୁ ଗୋଟିଏ ପ୍ରସଙ୍ଗରେ କହିବାକୁ ଚାହେଁ, ମହାତ୍ମାଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୋଟିଏ କଥାରେ ସମାନତା ଦେଖିବାକୁ ମିଳିଥିଲା ।  ଉଭୟେ ଶ୍ରୀମଦ ରାଜଚନ୍ଦ୍ରଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ।

ଏହି ଅବସରରେ ଉପରାଷ୍ଟ୍ରପତି ରାଜନ୍ଦ୍ରଜୀଙ୍କର ଏକ ଭିତ୍ତିଚିତ୍ରର ଅନାବରଣ କରିଥିଲେ । ରାଜନ୍ଦ୍ରଜୀଙ୍କ ଜନ୍ମ  ୧୮୬୭ରେ ଗୁଜୁରାଟରେ ହୋଇଥିଲା ଏବଂ ୧୯୦୧ରେ ମୃତ୍ୟୁ ଘଟିଥିଲା । ଜୈନଧର୍ମ ଉପରେ ତାଙ୍କର ଗବେଷଣା ଏବଂ ମହାତ୍ମାଗାନ୍ଧୀଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନ ଉପରେ ଅଧ୍ୟୟନକୁ ନେଇ ବେଶ ପରିଚିତ ।

ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦେଶର ବିକାଶକୁ ବିରୋଧ କରୁଥିବା ଶକ୍ତ ଏବଂ ଦେଶର ଉନ୍ନତିକୁ ହଜମ କରିପାରୁ ନ ଥିବା ଶକ୍ତି ଏକାଠି ହୋଇଛନ୍ତି । ଯେତେବେଳେ କିଛି ଦେଶରେ ଭଲ ଘଟୁଛି, ଏହି ଶକ୍ତି ଏକ ଭିନ୍ନ ମୁଦ୍ରାରେ ଆସୁଛନ୍ତି । କିନ୍ତୁ ଏମିତି ହେବା ଉଚିତ ନୁହେଁ ।

Leave A Reply

Your email address will not be published.