Latest Odisha News

BREAKING NEWS

[ଭିଡିଓ] ହେଲମେଟ୍ ଚେକିଂବେଳେ ମହିଳାଙ୍କ ତୁମୁଳକାଣ୍ଡ !

ମୁମ୍ବାଇ: ରାସ୍ତାରେ ଖୁଲମ୍‌ଖୋଲା ଟ୍ରାଫିକ୍ ପୋଲିସଙ୍କୁ ମାଡ । ସରକାରୀ ବାବୁଙ୍କ ସାର୍ଟ ଚିରିବା ସହ ତାଙ୍କ ବିରୋଧରେ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଅଭିଯୋଗ । ମୁମ୍ବାଇର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍ ପୋଲିସଙ୍କୁ ମାଡ ମାରିବା ଭଳି ଦୃଶ୍ୟ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି ।

ଶୁକ୍ରବାର ସାଧୱିକା ରମାକାନ୍ତ ତିୱାରୀ ନାମକ ଜଣେ ମହିଳା ନିଜ ସହଯୋଗୀ ସହ ବିନା ହେଲମେଟ୍‌ରେ ଦୁଇଚକିଆ ଗାଡି ଚଳାଇ ଯାଉଥିଲେ । ସେହି ସମୟରେ ଦକ୍ଷିଣ ମୁମ୍ବାଇର କଲବାଦେବୀ ଅଂଚଳରେ ଚାଲିଥିଲା ହେଲମେଟ୍ ଚେକିଂ । ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ କନେଷ୍ଟବଳ ଏକନାଥ ପାର୍ଥେ ତାଙ୍କୁ ଅଟକାଇ ଫାଇନ୍ ଦେବାକୁ କହିଥିଲେ । ହେଲେ ଟ୍ରାଫିକ୍ ବାବୁଙ୍କୁ ଫାଇନ୍ ଦେବା ବଦଳରେ ମହିଳା ଜଣକ ତାଙ୍କୁ ନାଲି ଆଖି ଦେଖାଇ ଯୁକ୍ତିତର୍କ କରିବାକୁ ବି ପଛାଇନଥିଲେ ।

ତେବେ ଯୁକ୍ତିତର୍କରେ ଥମିନଥିଲା ଏହି ତୁମୁଳକାଣ୍ଡ । ପରେ ଧସ୍ତାଧସ୍ତି କରି ସାର୍ଟ ଚିରିଦେବା ସହ ଖରାପ ଭାଷାରେ ଗାଳିଦେବା ନେଇ ଟ୍ରାଫିକ କନେଷ୍ଟବଲଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ ଆଣିଥିଲେ । ତେବେ ମୋବାଇଲରେ କଏଦ ହୋଇଥିବା ଏହି ସମସ୍ତ ଦୃଶ୍ୟ ସତ ଓ ମିଛର ସ୍ପଷ୍ଟୀକରଣ ଦେଇଛି ।

ଘଟଣାସ୍ଥଳରେ ମହିଳା ପୋଲିସ ପହଂଚିବା ପରେ ଉତ୍ତ୍ୟକ୍ତ ମହିଳାଙ୍କୁ କାବୁ କରିଥିଲା । ପରେ ସହଯୋଗୀ ସମେତ ଉକ୍ତ ମହିଳାଙ୍କୁ ତିଲକ ମାର୍ଗ ପୋଲିସ ଗିରଫ କରିଥିଲା । ଏହି ଘଟଣାକୁ ନେଇ ଯେଉଁଠି ମହିଳା ଜଣକ ତିରଷ୍କାରର ସାମ୍ନା କରିଛନ୍ତି, ସେଠି ଶାନ୍ତ ରହି ପରିସ୍ଥିତିକୁ ସମ୍ଭାଳିଥିବାରୁ ଟ୍ରାଫ୍‌କ ପୋଲିସ କନେଷ୍ଟବଳ ଏକନାଥଙ୍କୁ ଟ୍ରାଫିକ ପୋଲିସ ବିଭାଗ ସମେତ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.