Latest Odisha News

ଟିମ୍ ଇଣ୍ଡିଆ ପାଇଁ ଜନସମୁଦ୍ର ପାଲଟିଲା ମୁମ୍ବାଇର ମରିନ ଡ୍ରାଇଭ୍

ମୁମ୍ବାଇ: ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍। ମେରିନ୍ ଡ୍ରାଇଭରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି।

ଇଣ୍ଡିଆ… ଇଣ୍ଡିଆ… ନାରାରେ କମ୍ପୁଛି ମୁମ୍ବାଇ ମେରାଇନ୍ ଡ୍ରାଇଭ୍। ବାଜାର ତାଳେ ତାଳେ ନାଚୁଛନ୍ତି ଦର୍ଶକ। ମୁମ୍ବାଇର ମରିନ୍ ଡ୍ରାଇଭରେ ହେଉଛି ଭିକ୍ଟ୍ରି ରାଲି। ମୁମ୍ବାଇର ମରିନା ବିଚରେ ପ୍ରବଳ ଜନସମାଗମ ହୋଇଛି । ଏହି ଭିକ୍ଟ୍ରି ରାଲି ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବ ରାଲି।

ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ନିଜର ଫେଭର‌େଟ୍ କ୍ରିକେଟରଙ୍କ ଏକ ଝଲକ ପାଇବାକୁ ଓ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବାକୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ।
ହାତରେ ତ୍ରିରଙ୍ଗା, ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ଫ୍ୟାନ୍। ମଝି ରାସ୍ତାରେ ନୀଳ ରଙ୍ଗର ସ୍ବତନ୍ତ୍ର ଖୋଲା ବସରେ ଚାମ୍ପିୟନ୍ ଟିମର ଶୋଭାଯାତ୍ରା ଚାଲିଥିଲା।

ତେବେ ଆଜି ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲ‌େ ଖେଳାଳି। ଏହି ଅବସରରେ କ୍ୟାପଟେନ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ।

Leave A Reply

Your email address will not be published.