Latest Odisha News

BREAKING NEWS

[ଭିଡିଓ] ୨୫୦୦ ବର୍ଷ ପରେ ପ୍ରଥମ ଥର ପାଇଁ ଖୋଲା ହେଲା ମମ୍ମି କଫିନ୍ !

ଇଜିପ୍ଟ: ଶନିବାର ଭୂତତ୍ତ୍ୱବିତମାନେ ଏକ ମମ୍ମି କଫିନକୁ ଖୋଲିଛନ୍ତି । ଆଉ ତା ପୁଣି ୨୫୦୦ ବର୍ଷ ପୁରୁଣା । ଇଜିପ୍ଟରେ ଏହି କଫିନକୁ ସର୍ବସାଧାରଣରେ ଖୋଲାଯାଇଥିଲା । କଫିନକୁ ଖୋଲାଯିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଚଳିତବର୍ଷ ଦକ୍ଷିଣ କାଇରୋର ସକ୍କାରା ଇଲାକାରେ ଭୂତତ୍ତ୍ୱବିତମାନେ ୫୯ଟି ମମ୍ମି କଫିନ ଖୋଜି ପାଇଥିଲେ । ଏହି ଅଂଚଳରେ ଅନେକ ପିରାମିଡ ଥିଲାବେଳେ ବହୁଚର୍ଚ୍ଚିତ ଗିଜା ପିରାମିଡ ମଧ୍ୟ ରହିଛି । ୧୯୭୦ରେ ଏହି ଅଂଚଳକୁ ୟୁନେସ୍କୋ ବିଶ୍ୱ ହେରିଟେଜ ସାଇଟ୍ ଭାବେ ଘୋଷଣା କରିଥିଲା ।

କଫିନଟି ଖୋଲାଯିବା ପରେ ସେଥିରେ କପଡାରେ ଆବୃତ୍ତ ଜଣେ ପୂଜାରୀର ମମ୍ମି ଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଥିଲାବେଳେ ପ୍ରାଥମିକ ସ୍ତରରେ ଗୋଟିଏ କଫିନ ଖୋଲାଯାଇଛି ।

ଆଗାମୀ ଦିନରେ ବଳକା ୫୮ଟି କଫିନ ଖୋଲାଯିବା ନେଇ ସୂଚନା ରହିଛି । ଖୋଲାଯାଇଥିବା କଫିନ ଓ ମମ୍ମିକୁ ପ୍ରଦର୍ଶନ ପାଇଁ ନ୍ୟୁ ଗ୍ରାଣ୍ଡ ଇଜିପ୍ସିଆନ୍ ମ୍ୟୁଜିୟମକୁ ସ୍ଥାନାନ୍ତିରତ କରାଯାଇଛି ।

Leave A Reply

Your email address will not be published.