Latest Odisha News

BREAKING NEWS

ମୁଁ ଭୟଙ୍କର ପୁଅଟେ, ସତରେ !

ମୁଁ ଭୟଙ୍କର ପୁଅଟେ, ସତରେ !

ସତ୍ୟନାରାୟଣ ଗନ୍ତାୟତ

ମୁଁ ଭୟଙ୍କର ପୁଅଟେ, ସତରେ !

ଭୟ ନାଇଁ ମୋ କାହାକୁ
ଏପରିକି ଭୟକୁ ବି !
ଆଖିରେ ହାଣିପକାଉଥିବା ଝିଏ
ପଡିଯାଆନ୍ତି ମୋ ଖାଳୋଇରେ
ଥରୁଟିଏ ମୋତେ ଦେଖୁଦେଖୁ !

ଧୋତି ପିନ୍ଧେ
ଜିନ୍ସ ବି ପିନ୍ଧେ ମୁଁ !

ବାରମାସି ଅଷ୍ଟକାଳି
ମହାନନ୍ଦେ ଗେଫିପାରେ
ବାସି ପଖାଳ
ବି ସେଲିବ୍ରେଟ୍ କରି ଜାଣେ
ବାସୁମତି ଚାଉଳର
ବିରିଆନି ସାଥେ
ଷ୍ଟାର୍ ହୋଟେଲରେ !

ଭଲ ପାଏ
ଲଭ୍ ବି କରେ

ଘୁମେଇ ପଡିବାକୁ
ପସନ୍ଦ କରେ ଘଡିଏ
ଦିନ ଦି ପହରେ
ଯଦିଓ ମୁଁ
ଅଳସୁଆ ଜମା ନୁହେଁ !

ନେଟ୍ ସହ ସାରାରାତି
ମୋର ଭାବଦୋସ୍ତି
ଅସ୍ତିତ୍ୱ ମୋ ଝଲସାଉଥାଏ
ଅନ୍ ଲାଇନରେ !!

ଯେତେ ପାଖେଇଲେ ବି
କୋଉ ପାଇ ହୁଏ ମୋତେ ?
ହେଲେ ଲାଗିପାତି
ଦୂରେଇଦେଲେ ବି
ଦୂରେଇ ଯାଏନି ମୁଁ !

ଅହର୍ନିଶ ଆତଯାତ
ହେଉଥାଏ ଏଠି
ସବୁ ସୁଧାର ଓ ସବୁ ଭୟଙ୍କର
ପୁଅ ଆଉ ଝିଅଙ୍କ ସାଥିରେ
ଗୋଟିଏ ଗୋଠରେ !

ମୁଁ ଭୟଙ୍କର ପୁଅଟେ, ସତରେ !

………………….
‘ସୁହାସିତମ୍’,କସ୍ତୁରୀ ନଗର,
ରାୟଗଡା : ୭୬୫୦୦୧,
କଥାବାର୍ତ୍ତା : ୯୪୩୭୯୦୯୬୭୫

Leave A Reply

Your email address will not be published.