Latest Odisha News

ବେଗମ୍‌ଙ୍କ ଜନ୍ମଦିନରେ ମୁନାୱର ଫାରୁକି ହେଲେ ରୋମାଣ୍ଟିକ୍, ଭାଇରାଲ ହେଉଛି ଫଟୋ

ମୁମ୍ବାଇ:‘ବିଗ୍ ବସ୍-୧୭’ ବିଜେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଖବରରେ ରହିଥା’ନ୍ତି। କମେଡିଆନ ତାଙ୍କ ପତ୍ନୀ ମହଜବିନ କୋଟୱାଲାଙ୍କ ଜନ୍ମଦିନ ସେଲିବ୍ରେସନ କରିଛନ୍ତି। ଯାହାର ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ମୁନାୱର କେବଳ ତାଙ୍କ ପତ୍ନୀଙ୍କ ନୁହେଁ ବରଂ ତାଙ୍କର ଦୁଇ ପିଲାଙ୍କ ସହ ମଧ୍ୟ ପୋଜ୍ କରୁଥିବା ଦେଖିବାକୁ ମିଳିଛି।

ମୁନାୱର ଫାରୁକି ତାଙ୍କ ପତ୍ନୀଙ୍କ ଜନ୍ମଦିନରେ ଏହି ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ତିନୋଟି ଫଟୋରେ ମୁନାୱର୍ କିଭଳି ନିଜ ପରିବାର ସହ ସେଲିବ୍ରେସନ କରିଛନ୍ତି ତାହା ସେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ମହଜବିନ ଏବଂ ତାଙ୍କର ଦୁଇ ପିଲାଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଫଟୋରେ ଜନ୍ମଦିନର କେକ୍ ରଖାଯାଇଛି। ଯେଉଁଥିରେ ସେ ‘ହେପି ବର୍ଥଡେ ଜାନ୍’ ଲେଖିଛନ୍ତି।

 

ଏହା ବ୍ୟତୀତ ତୃତୀୟ ଫଟୋରେ ମୁନାୱର ତାଙ୍କ ପତ୍ନୀ ମେହଜବିନଙ୍କ ସହ ଏକାକୀ ପୋଜ୍ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଉଭୟଙ୍କୁ ବହୁତ ସୁନ୍ଦର ଦେଖାଯାଉଛି। ଏହି ଫଟୋ ବର୍ତ୍ତମାନ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି। କମେଡିଆନଙ୍କ ପ୍ରଶଂସକଙ୍କ ବ୍ୟତୀତ ଅନେକ ଟିଭି ସେଲିବ୍ରେଟି ମଧ୍ୟ ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସୂଚନା ଥାଉକି ବିଗ୍ ବସ୍ ୧୭ର ବିଜେତା ହେବା ପରେ ମୁନାୱର୍ ହଠାତ୍ ଦ୍ୱିତୀୟ ଥର ପାଇଁ ମେହଜବିନ କୋଟୱାଲାଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ମହଜବିନ୍ ଜଣେ ମେକଅପ୍ ଆର୍ଟିଷ୍ଟ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଅନେକ ଦିନ ଧରି ଚର୍ଚ୍ଚାକୁ ଆସିଥିଲା।

Comments are closed.