Latest Odisha News

BREAKING NEWS

ବିଗ୍‌ବସ୍‌ ସିଜିନ-୧୭: ନିଜ ଜନ୍ମ ଦିନରେ ଟ୍ରଫି ହାତେଇଲେ ମୁନାୱାର ଫାରୁକି

ମୁମ୍ବାଇ: ରବିବାର ଶେଷ ହୋଇଛି ରିଆଲିଟି ଶୋ’ ବିଗବସ୍ ସିଜିନ-୧୭ । ଏହାର ବିଜେତା ହୋଇଛନ୍ତି ମୁନାୱାର ଫାରୁକି । ନିଜ ଜନ୍ମ ଦିନରେ ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ ହ୍ୟୁଣ୍ଡାଇ କ୍ରେଟା କାର ମଧ୍ୟ ପ୍ରଦାନ କରାଯାଇଛି ।

ସେହିପରି ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି ଅଭିଷେକ କୁମାର ଓ ଦ୍ବିତୀୟ ରନର୍ସ ଅପ ହୋଇଛନ୍ତି ଅଭିନେତ୍ରୀ ମନ୍ନାରା ଚୋପ୍ରା । ସେହିପରି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଚତୁର୍ଥ ସ୍ଥାନରେ ଓ ଅରୁଣ ପଞ୍ଚମ ସ୍ଥାନରେ ରହିଛନ୍ତି ।

ବିବାଦୀୟ ରିଆଲିଟି ଶୋ’ର ଗ୍ରାଣ୍ଡ ଫାଇନାଲ ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରିଥିଲେ । ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାୱାର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ । ନିଜ ୩୨ତମ ଜନ୍ମ ଦିନରେ ମୁନାୱାର ବିଗବସ୍‌ ବିଜେତା ହେବାପରେ ତାଙ୍କ ଖୁସି ଦ୍ବିଗୁଣିତ ହୋଇଛି । ଏହା ତାଙ୍କ ପାଇଁ ସବୁଠୁ ବେଷ୍ଟ ବାର୍ଥ-ଡେ ଗିଫ୍ଟ ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି ।

ଏହି ଟ୍ରଫି ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଦିଲ୍, ଦିମାଗ୍ ଏବଂ ଦମ୍ ର ଶୋ’ର ଥିମ୍ ଆଧାରରେ ଏହା ପ୍ରସ୍ତୁତ କରାଯାଇ ଥିଲା । ବିଗବସ୍ ଆରମ୍ଭରୁ ହିଁ ସେ କଣ୍ଟ୍ରଭର୍ସିରେ ରହିଆସୁଥିଲେ । ମୁନାୱାରଙ୍କ ପର୍ସନାଲ ଲାଇଫ ଓ ଲଭ୍‌ ଲାଇଫ୍‌କୁ ନେଇ ବହୁ ଚର୍ଚ୍ଚା ହୋଇଥିଲା ।

ଅଭିନୟ ପ୍ରତି ପିଲାଦିନୁ ତାଙ୍କର ବହୁତ ଦୁର୍ବଳତା ରହିଛି । ମୁନାୱାର ହାସ୍ୟାଭିନେତା ଭାବେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ବିଜୟ ହାସଲ କରିବାପରେ ମୁନାଓ୍ବାରଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

Leave A Reply

Your email address will not be published.