Latest Odisha News

ରାୟଗଡ଼ା ମୁନିଗୁଡ଼ାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାୟଗଡ଼ା : ମୁନିଗୁଡା ପୋଲିସକୁ ବଡ଼ ଧରଣର ସଫଳତା । ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ, ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କ୍ବିଣ୍ଟାଲ ୫୩ ହେବ ବୋଲି ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ବିକ୍ରି ପାଇଁ ଯୋଜନା ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୪ ଜଣଙ୍କୁ ଗିରଫ କରାଯିବା ସହ ୬ କ୍ବିଣ୍ଟାଲ ୫୩ କେଜି ଗଞ୍ଜେଇ କରାଯାଇଥିଲା । ଗିରଫ ଗଞ୍ଜେଇ ମାଫିଆ ମାନେ ହେଲେ ଭୀମ ଜାଗାରାଙ୍ଗା, ପ୍ରସାଦ ଜାଗାରାଙ୍ଗା, ତ୍ରିନାଥ ଜାଗାରାଙ୍ଗା ଓ କବିରାଜ ଜାଗାରାଙ୍ଗା । ଆସନ୍ତାକାଲି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏଥିସହ ଗଞ୍ଜେଇ ଚାଲାଣ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି, ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ।

Leave A Reply

Your email address will not be published.