Latest Odisha News

ବିନା ରୋଷଣୀରେ ହେବ ଦେବ ବିବାହ

ଭୁବନେଶ୍ଵର : ବାଜିବନି ବାଜା , ହେବନି ରୋଷଣୀ । ବିନା ଭକ୍ତ ଏବଂ ରୋଷଣୀରେ ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ପର । ଏଥର ୭ଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ସଂକ୍ରମଣ କମିଯାଇଛି ହେଲେ କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ।ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି। ୭ଜଣ ସେବାୟତଙ୍କ ଦ୍ୱାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ। ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ। ପରମ୍ପରା ଅନୁସାରେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ।

ଚଳିତ ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ ୧୫ତାରିଖ ରାତି ୧୧ଟା ରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ପହଁଚିବ। ୭ଜଣ ସେବାୟତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ତା ପରଦିନ ୧୧ଟା୪୫ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ଦେବା ଦେବୀ।

Leave A Reply

Your email address will not be published.