Latest Odisha News

ନିଜ ଗଡ଼ ରଖିନପାରି ଅମାନତ ହାରିଲା କଂଗ୍ରେସ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ନାହିଁ ପ୍ରଭାବ!

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ରବିବାର ମୁନୁଗୋଡ ଉପନିର୍ବାଚନରେ ବିଜୟୀ ହୋଇଛି। ଟିଆରଏସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଠୁ ୧୦,୩୦୯ ଭୋଟରେ ବିଜୟୀ ହୋଇଛି। ମୋଟ୍ ମତଦାନରୁ ଟିଆରଏସ ୪୩ ପ୍ରତିଶତ, ବିଜେପି ୩୮.୩ ପ୍ରତିଶତ ଏବଂ ରାଜ୍ୟରେ ବିରୋଧୀ ଆସନରେ ବସିଥିବା କଂଗ୍ରେସ ୧୦.୫ ପ୍ରତିଶତ ଭୋଟ୍ ପାଇଛି । ଯାହାକି ଦଳର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇଛି। ନିର୍ବାଚନରେ ୨.୪ ଲକ୍ଷ ଭୋଟର ଥିଲେ। ସେଥିମଧ୍ୟରୁ ପ୍ରାୟ ୯୩.୧ ପ୍ରତିଶତ ଭୋଟ୍ ଦେଇଥିଲେ। ଯାହାକି ମୁନୁଗୋଡରେ ସର୍ବାଧିକ ମତଦାନ ବୋଲି ସୂଚନା ରହିଛି।

ରାଜନୀତିକ ପଣ୍ଡିତମାନେ ଆକଳନ କରିଛନ୍ତି, ତୃଣମୂଳ ସ୍ତର ପାଖରୁ ଆରମ୍ଭ କରି ସହରୀ ଭୋଟ୍ ପରିଚାଳନା, ସରକାରୀ ଯୋଜନା କମ୍ୟୁନିଷ୍ଟ ପାର୍ଟି ସିପିଆଇ ଏବଂ ସିପିଏମ୍ ସହିତ ମିଶି ଟିଆରଏସ ଟିଆରଏସ କଂଗ୍ରେସ ଗଡ ଜିତିଛି ଏବଂ ବିଜେପି ସହ କଡା ମୁକାବିଲା କରି ବିଜୟୀ ହୋଇଛି। ବିଜେପି କଂଗ୍ରେସ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେଇଛି। କଂଗ୍ରେସର ୩୮.୩ ପ୍ରତିଶତ ଭୋଟ୍ ବିଜେପିକୁ ଯାଇଛି।

୨୦୧୮ ବିଧାନସଭା ନିର୍ବାଚନ ପରେ ତେଲେଙ୍ଗାନାର ପାଞ୍ଚଟି ଉପନିର୍ବାଚନ ମଧ୍ୟରୁ ଟିଆରଏସ ତିନୋଟି ଏବଂ ବିଜେପି ଦୁଇଟି ଜିତିଛି।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କରି ଦଳକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। କନ୍ୟାକୁମାରୀରୁ କଶ୍ମୀର ଏଥିପାଇଁ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି। ଅନେକ ଲୋକ ମଧ୍ୟ ଏହି ଯାତ୍ରାରେ ଯୋଡ଼ି ହେଉଛନ୍ତି। ଭିଡର ଭିଜୁଆଲ ଦେଖିଲେ ଲାଗୁଛି କଂଗ୍ରେସର ସ୍ଥିତିରେ ପରିବର୍ତ୍ତନ ଆସିବ। କିନ୍ତୁ ରାହୁଲ ଭାରତ ଯୋଡୋ ଯାତ୍ରା କରିସାରିଥିବା ରାଜ୍ୟ ମଧ୍ୟରେ ରହିଛି ତେଲେଙ୍ଗାନା। ଯେଉଁଠି ସେ ଭାରତ ଯୋଡୋ ଯାତ୍ରା କରିଥିଲେ। ଅନେକ ଲୋକ ଏହି ପଦଯାତ୍ରାରେ ମଧ୍ୟ ସାମିିଲ ହୋଇଥିଲେ। ହେଲେ ବିଧାନସଭା ଉପନିର୍ବାଚନ ଫଳାଫଳ ଦେଖିଲେ କଂଗ୍ରେସ ନିଜ ଆସନକୁ ନିଜ ଦଖଲରେ ରଖିବାରେ କେବଳ ବିଫଳ ହୋଇନି ବରଂ ଅମାନତ ହାରିଛି। ଯାହାକୁ ନେଇ ଏବେ ଭାରତ ଯୋଡ଼ୋ ଯାତ୍ରାର ସଫଳତା ୨୦୨୪ ବେଳକୁ କେମିତି ରହିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ମୁନୁଗୋଡ ଆସନରେ କଂଗ୍ରେସ ବିଧାୟକ ଥିଲେ। ହେଲେ ସେ ଦଳ ଛାଡି ବିଜେପିରେ ସାମିଲ ହେବାରୁ ଉପନିର୍ବାଚନ ହୋଇଥିଲା।

Comments are closed.