Latest Odisha News

BREAKING NEWS

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି ।

BjdElectrycity

ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ । ଡକାୟତି ଗ୍ୟାଙ୍ଗ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସମସ୍ତ ସାମଗ୍ରୀ ଚୋରି କରୁଥିଲେ । ୩ଟି ଚୋରି ବାଇକ୍ ସହ ଚୋରି କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

ବିଳମ୍ବିତ ରାତିରେ ଏକ ଚୋର ଗ୍ୟାଙ୍ଗ ବାଉଁଶପାଳ ଗାଁ ବେତାଳି ନାଳ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଡ୍ୟାମର ସାମଗ୍ରୀ ଗୁଡ଼ିକ ଗ୍ୟାସ କଟରରେ କାଟି ଚୋରି କରୁଥିଲେ ଚୋର । ପୋଲିସ ଚୋର ଗ୍ୟାଙ୍ଗର ୨ ଜଣଙ୍କୁ ରାତିରେ କାବୁ କରିଥିଲେ । ଆଜି ସକାଳୁ ଅନ୍ୟ ୩ ଜଣ ଚୋରକୁ କୁଶିଆ ଗାଁରେ ଶୋଇଥିବା ବେଳେ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.