Latest Odisha News

BREAKING NEWS

ଗୋପାଳକୁ ଭୁଲି ଗଲେ ପରିବାର ଲୋକେ?

ଚୌଦ୍ୱାର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଅଭିଯୁକ୍ତ ଗୋପାଳ ଦାସ। ଘଟଣାକୁ ଇତି ମଧ୍ୟରେ ୨୪ ଦିନ ପୂରଣ ହେଲାଣି। ଗୋଟିଏ ପଟେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାକୁ ଅହରହ କସରତ କରୁଛି କ୍ରାଇମବ୍ରାଞ୍ଚ ଅନ୍ୟପଟେ ଜେଲରେ ଥିବା ଅଭିଯୁକ୍ତ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ।

BjdElectrycity

କାରଣ ଝାରସୁଗୁଡାରୁ ଚୌଦ୍ୱାର ଜେଲକୁ ୮ ଦିନ ହେବ ଆସିଥିବାରୁ ଗୋପାଳ ଭାବିଥିଲା ତାର ପରିବାର ଲୋକେ ଅନ୍ତତଃ ତାକୁ ଦେଖା କରିବାକୁ ଆସିବେ। ଆଉ ସେ ମଧ୍ୟ ନିଜ ପରିବାର ଲୋକକୁ ଆଖିରେ ଦେଖି ମନକୁ ଶାନ୍ତ୍ୱନା ଦେବ। ଦେଖାସାକ୍ଷାତ ପାଇଁ କୌଣସି କଟକଣା ନଥିଲେ ବି ପରିବାର ଲୋକ ଦେଖାନକରିବାକୁ ଆସିବା ଗୋପାଳକୁ ଚିନ୍ତାରେ ପକାଇଛି। ଆଉ ସେ କରିଥିବା ଅପରାଧ ପାଇଁ ପରିବାର ଲୋକେ ଏବେ ପର କରିଦେଲେ କି ବୋଲି ଗୋପାଳ ମନରେ ପ୍ରଶ୍ନ ଉଙ୍କିମାରିବା ଆରମ୍ଭ ହୋଇଛି।

କିନ୍ତୁ ଗୋପାଳଙ୍କ ପତ୍ନୀ କହିଥିଲେ ଗଣମାଧ୍ୟମକୁ ସେ ଥରେ ଦେଖାକରିବାକୁ ଚାହୁଁଛନ୍ତି ସ୍ୱାମୀ। ଏବେ ଘଟଣାକୁ ମାସେ ପୁରଣ ହେବାକୁ ଆଉ ସପ୍ତାହେ ବାକି ଅଛି। ହେଲେ ପରିବାର ଲୋକ ଗୋପାଳକୁ ନଖୋଜିବା ଗୋପାଳକୁ ଚିନ୍ତାରେ ପକାଇଥିବା କୁହାଯାଉଛି। କୁହାଯାଉଛି ଗୋପାଳ ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ। ଏହାପରେ ସେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା।

ଅନ୍ୟପଟେ ଗୋପାଳ ଜଣେ ଶାସକ ଦଳର ହେବିଓ୍ୱେଟ ନେତାଙ୍କୁ ମାରିଛି। ଆଉ ଏଥିପାଇଁ ସରକାର ଏବେ କାଠଗଡାରେ। ବିରୋଧୀ ଯେଉଁଭଳି ପ୍ରଶ୍ନବାଣ କରୁଛନ୍ତି ତାକୁ ନେଇ ସାରା ରାଜ୍ୟରେ ଶାସକ ଦଳ ଏବଂ କ୍ରାଇମବ୍ରାଞ୍ଚ ଟିମ୍ କାଠଗଡାରେ ରହିଛନ୍ତି। ଏପରି ସ୍ଥିତିରେ ଗୋପାଳଙ୍କ ପରିବାର ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ମଧ୍ୟ ସୂଚନା ରହିଛି। ତେଣୁ ଇଚ୍ଛା ଥିଲେ ମଧ୍ୟ ଗୋପାଳର ପରିବାର ଲୋକେ ଚୌଦ୍ୱାର ଜେଲ ଆସିବାକୁ ଭୟ କରୁଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ଗୋପାଳ ଏବେ ଜେଲରେ ଶୃଙ୍ଖଳିତ ଭାବେ ଜୀବନ ବିତାଉଛି। ପ୍ରତିଦିନ ଖବରକାଗଜ ଓ ବହି ପଢୁଛି। ଜେଲର ଲାଇବ୍ରେରୀକୁ ଭଲ ଭାବରେ ବ୍ୟବହାର କରୁଛି।

 

Leave A Reply

Your email address will not be published.