Latest Odisha News

ନବଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ଆମେରିକାର ଏଫବିଆଇର ସହାୟତା ମଗାଯାଇଛି

 ଭୁବନେଶ୍ୱର:  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରାେଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ କରି ଚାଲି ଆସିଥିଲେ । ପରେ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ହୋ ହଲ୍ଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ବିବୃତ୍ତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତଦନ୍ତରେ ସହାୟତା ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ମାଗିଛି । ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଅଭିଯୁକ୍ତର ଆଚରଣର ତଦନ୍ତ ପାଇଁ  FBIର ସହାୟତା ନିଆଯାଇଛି  । ତଦନ୍ତର କୌଣସି ଦିଗକୁ ବି ଛଡା ଯାଉନାହିଁ । ତେଣୁ ଏହାକୁ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ବିବୃତ୍ତିରେ ବିଜେପିକୁ ବି କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ପୋଲିସର କାମକୁ ଦେଖି ପୁରା ବିଭାଗକୁ ବିଜେପି ଅପମାନିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷେ  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ବିଧାନସଭା ବାରମ୍ବାର ମୁଲତବି ରଖାଯାଇଥିଲା । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଆଲୋଚନା ପାଇଁ  ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ସୂଚନାଥାଉ କି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି । ଏହି ମାମଲାରେ ବିରୋଧୀ ୫ଟି ସଚିବ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟାଣିଥିବାବେଳେ ଶାସକ ଏହି ଘଟଣାରେ ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି ।

 

Leave A Reply

Your email address will not be published.