ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ ।
ଆଜି ସସ୍ମିତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ସସ୍ମିତାଙ୍କୁ କିଏ ମାରିଲା , ଏବଂ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି , ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କିନ୍ତୁ ସସ୍ମିତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
Comments are closed.