Latest Odisha News

BREAKING NEWS

କେନ୍ଦୁଝର ଜେଲର ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ବିପିନ ନାୟକ ଏବଂ ତାଙ୍କ ଘର ବଡବିଲ୍ ଥାନା ଅନ୍ତର୍ଗତ ହିସାବୁରୁରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ବିପିନ ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ୨୦୧୭ ମସିହାରେ ପ୍ରାୟ ୧୦ ବର୍ଷ ଲାଗି ସଜା ଶୁଣାଇଥିଲେ ।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ୍ ଗରିବ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.