Latest Odisha News

ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ସୁଧାର ଆଣିଲା ସିବିଏସଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଚାପ ନଦେବା ପାଇଁ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ସୁଧାର ଆଣିଛି ।

ଆସନ୍ତା ୨୦୨୦ରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାରେ ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ଗୁଡିକୁ କମାଇ ଦିଆଯିବ ବୋଲି ମଙ୍ଗଳବାର ବିଳମ୍ୱିତ ରାତିରେ ଲାଗଦାର ଟ୍ୱିଟ କରି ସିବିଏସଇ ଏହି ସୂଚନା ଦେଇଛି ।

ସେହିପରି ଦ୍ୱାଦଶ ଶ୍ରେଣୀର ଗଣିତ, ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ ଏବଂ ଆକାଉଣ୍ଟନସି ଆଦି ବିଷୟର ଦୀର୍ଘଉତ୍ତର ମୂଳକ ପ୍ରଶ୍ନ ଗୁଡିକୁ ମଧ୍ୟ କମାଇ ଦିଆଯିବ ।

“ଏହାର ଅର୍ଥ ପିଲାମାନେ ପରୀକ୍ଷାରେ ବିନା ଚାପରେ ଭାବି ଲେଖିବା ପାଇଁ ଅଧିକ ସମୟ ପାଇବେ” ।

ଆହୁରି ମଧ୍ୟ ସମସ୍ତ ବିଷୟ ଉପରେ ୨୦ ମାର୍କର ପାର୍ଟିକାଲ ଇଣ୍ଟରନାଲ ଆସେସମେଣ୍ଟ ରହିବ ବୋଲି ସିବିଏସଇ ଦ୍ୱାରା କରାଯାଇଥିବା ଟ୍ୱିଟରେ ପ୍ରକାଶ ।

Leave A Reply

Your email address will not be published.