ଚଣ୍ଡିଗଡ:ପଞ୍ଜାବରେ ଧାର୍ମିକ ଭାବନା ନେଇ ୨ ଦିନରେ ୨ଜଣଙ୍କୁ ଶ୍ରଦ୍ଧାଳୁମାନେ ହତ୍ୟା କରିଛନ୍ତି । ରବିବାର ସ୍ୱର୍ଣ୍ଣ ମନ୍ଦିରରେ ଗୁରୁଦ୍ୱାରରୁ ଧାମିର୍କ ପତାକା ନିଶାନ ହଟାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଶିଖମାନେ ପିଟି ପିଟି ମାରି ଦେଇଥିଲେ । ଘଟଣା ନେଇ ଗୁରୁଦ୍ୱାର ରାଜ୍ୟ ସରକାର ଏବଂ ପୋଲିସକୁ ଦାୟୀ କରିଛି ।
ଅଂଚଳରେ ହିଂସା ବ୍ୟାପିବା ଆଶଙ୍କା ଥିବାରୁ ପୋଲିସ ପକ୍ଷରୁ ଏହାର ଆଖପାଖ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଆପଣାଇଛନ୍ତି । ସୂଚନାଯୋଗ୍ୟ, ଶନିବାର ଅମୃତସରରେ ଶିଖଙ୍କ ପବିତ୍ର ପୁସ୍ତକ ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପମାନିତ କରିଥିବାରୁ ଜଣେ ବ୍ୟକ୍ତିଙ୍କୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ମାରି ଦେଇଥିଲେ ।
Comments are closed.