Latest Odisha News

BREAKING NEWS

[ଭିଡ଼ିଓ] ପଥର କାଟିଲେ ବାହାରୁଛି ରକ୍ତ

ଚିଲି: ପଥର କାଟିଲେ ବାହାରୁଛି ରକ୍ତ। ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏହି ପଥର କାଟିଲେ କୌଣସି ଖଣ୍ଡ ବାହାରିନଥାଏ ବରଂ ରକ୍ତର ମାାଂସ ବାହାରିଥିବାର ଦେଖିବାକୁ ମିଳେ ।

ଏହି ବିରଳ ପଥରରୁ ମାଂସ ବାହାର କରିବା ପାଇଁ ଲୋକେ ଧାରୁଆ ଅସ୍ତ୍ର ବ୍ୟବହାର କରିଥାନ୍ତି। କିଛି ଲୋକ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି। ବାସ୍ତବରେ ଏହି ପଥର ଖଣ୍ଡ ହେଉଛି ସାମୁଦ୍ରିକ ପ୍ରାଣୀ। ଯିଏ ଶ୍ୱାସକ୍ରିୟା ମଧ୍ୟ କରିଥାଏ । ଆଉ ତା ସହିତ ଖାଦ୍ୟ ଗ୍ରହଣ ମଧ୍ୟ କରିଥାଏ।  ଏହି ଜୀବଟି ପେରୁ ଓ ଚିଲି ଅଞ୍ଚଳରେ ଦେଖିବାକୁ ମିଳିଥାଏ । ପ୍ରାୟତ ସମୁଦ୍ରକୂଳ ଗୁଡିକରେ ଏହି ପଥର ସଦୃଶ ଜୀବ ବହୁଳ ପରିମାଣର ଦେଖାଯାନ୍ତି । ଏହି ପଥରକୁ ପେରୁ ଅଞ୍ଚଳରେ ବ୍ୟୁରୋ ଚିଲି ଏନସିସ୍ ବୋଲି ମଧ୍ୟ କହିଥାନ୍ତି । ଉପରୁ କଠିନ ଦେଖାଯାଉଥିବା ଏହି ପଥର ଭିତରୁ ବହୁତ ନରମ ।ଏହି ସାମୁଦ୍ରିକ ଜୀବଟି ପଥର ସଦୃଶ । ଆଉ ପଥରର ଭ୍ରମ ସୃଷ୍ଟି କରିଥାଏ । ହେଲେ ଏହି ଜୀବକୁ ଲୋକେ ପ୍ରାୟ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି। କିଛି ଲୋକଙ୍କର ବହୁତ ପ୍ରିୟ ହୋଇଥାଏ ଏହି ପଥର । ଏନେଇ ସେମାନେ ଏହାକୁ ଖୋଜିବାକୁ ସମୁଦ୍ର ଭିତରକୁ ମଧ୍ୟ ଯାଇଥାନ୍ତି । ଏହି ପଥର ମାଂସର ଚାହିଦା ବି ଧୀରେ ଧୀରେ ବଢିବାରେ ଲାଗିଛି ।

Leave A Reply

Your email address will not be published.