Latest Odisha News

ବ୍ରହ୍ମପୁର ହତ୍ୟା ଘଟଣା: ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ସାନ ଭାଇଙ୍କୁ ହତ୍ୟା କରିଥିବା ଆସାମୀକୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି।

 

ସେ ନେଇ ଗୋସାଇଁ ନୂଆଗାଁ ଥାନା ପୋଲିସ କେସ୍ ନମ୍ବର ୯୪/୨୩ରେ ପୂର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରାୟ ମାସେ ପୂର୍ବରୁ ପୂର୍ଣ୍ଣଙ୍କୁ ଜାମିନ ମିଳିଥିଲା। ଆବଶ୍ୟକ ସାକ୍ଷୀ ପ୍ରମାଣକୁ ଆଧାର କରି କୋର୍ଟ ଏହି ମାମଲାରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.