Latest Odisha News

BREAKING NEWS

ବିଶ୍ୱାସ ନ ହେଲେ ବି ସତ: ଗବେଷଣାରେ ପ୍ରମାଣିତ ହେଲା ଛତୁ ପରସ୍ପର ସହ ଭାବ ଆଦାନ ପ୍ରଦାନ କରିଥାନ୍ତି

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ଗବେଷଣାରୁ ପ୍ରମାଣିତ ହୋଇଛି ଯେ କବକ ତଥା ଛତୁ ପରସ୍ପର ସହ କଥା ହୋଇଥାନ୍ତି ଏବଂ ଭାବ ଆଦାନ ପ୍ରଦାନ କରିଥାନ୍ତି । ଯେଉଁ କାଠ କିମ୍ବା ଉଦ୍ଭିଦରେ ସେମାନେ ବଢ଼ିଥାନ୍ତି ସେଠାରେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ସମ୍ପର୍କ ଯୋଡି ହୋଇଥାଏ । ଇଲେକ୍ଟ୍ରିକାଲ ଟ୍ରାନ୍ସମିଶନ ମାଧ୍ୟମରେ ସେମାନେ ପରସ୍ପର ସହ ଖାଦ୍ୟ ଏବଂ ଅନ୍ୟ କଥା ନେଇ ସୂଚନା ପ୍ରଦାନ କରିଥାନ୍ତି ।

ସୂଚନାଯୋଗ୍ୟ, କବକ ପ୍ରାୟତଃ ଉଦ୍ଭିଦକୁ ନଷ୍ଟ କରି ବଢ଼ିଥାଏ । ୱେଷ୍ଟ ଇଂଲଣ୍ଡ ୟୁନିଭରସିଟିର ପ୍ରଫେସର ଆଣ୍ଡ୍ର‌୍ୟୁ ଆଡାମାଟଜାକି ଗବେଷଣା କରବା ପରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏପରିକି ସ୍ପାଇକ କ୍ଲଷ୍ଟରରେ ସେମାନେ ବ୍ୟବହାର କରୁଥିବା ୫୦ ଶବ୍ଦ ମାନବ ଶବ୍ଦାବଳୀ ସହ ମେଳ ଖାଉଛି । ମାୟୋସେଲିୟମ ନାମକ କବକରୁ ଏହି ତଥ୍ୟ ମିଳିଛି । ତେବେ ଏହା ଏକ ଆକଳନ ଭିତିକ ତଥ୍ୟ । ଗବେଷଣା ଜାରୀ ରହିଛି ଏବଂ ଆଗାମୀ ଦିନରେ କବକ ଦୁନିଆର ନୂତନ ରହସ୍ୟ ସମ୍ମୁଖକୁ ଆସିବ ବୋଲି ଆଡାମାଟଜାକ କହିଛନ୍ତି । ଇନୋକି, ସ୍ପିଲ୍ଟ ଗିଲ, ଘୋଷ୍ଟ ଓ କାଟେରପିଲାର ଫଙ୍ଗି ଉପରେ ସେ ଗବେଷଣା କରିଛନ୍ତି ।

Leave A Reply

Your email address will not be published.